HealthTips

ସ୍ମରଣ ଶକ୍ତି ବଢାଇବାକୁ ଚାଁହୁଛନ୍ତି କି ?ଆପଣାନ୍ତୁ ଏହି ସବୁ ଉପାୟ

ସ୍ମରଣ ଶକ୍ତିକୁ କିପରି କମ୍ପୁଟର ଠାରୁ ବି ଅଧିକ ତେଜ କରାଯାଇ ପାରିବ ସେ ବିଷୟରେ ଆପଣ ଜାଣିଲେ ଆଶ୍ଚଯ୍ୟ ହୋଇଯିବେ |ଆଜିକାଲିକା ବ୍ୟସ୍ତ ବହୁତଳ ଜୀବନ ରେ ଅନେକ ଲୋକଙ୍କର ଖାଇବା ପିଇବା ର କୌଣସି ସଠିକ୍ ସମୟ ରହୁନି |ଠିକ୍ ସମୟରେ ଖାଦ୍ୟ ନ ଖାଇବା ଦ୍ୱାରା ଆମର ସ୍ମରଣ ଶକ୍ତି ହ୍ରାସ ହେବାରେ ଲାଗିଛି |ଶରୀରକୁ ଠିକ୍ ପରିମାଣରେ ପୋଷକତତ୍ତ୍ୱ ନ ମିଳିବାରୁ ଶରୀରରେ ସମସ୍ୟା ଦେଖାଯାଏ ଓ ଏହା ସ୍ମରଣ ଶକ୍ତି ଉପରେ ମଧ୍ୟ ପ୍ରଭାବ ପକାଏ |ଆଜି ଆସନ୍ତୁ ଜାଣିବା କେଉଁସବୁ ଖାଦ୍ୟ ଖାଇଲେ ଆମର ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ |

ଆଗ କାଳର ଲୋକ ମାନଙ୍କର ସ୍ମରଣ ଶକ୍ତି ବହୁତ ଅଧିକ ଥିଲା କାହିଁକିନା ସେମାନେ ବହୁତ ପ୍ରାକୃତିକ ଜିନିଷର ବ୍ୟବହାର କରୁଥିଲେ ,ପ୍ରାକୃତିକ ଜିନିଷ ଖାଉଥିଲେ |କିନ୍ତୁ ଆଜିର ଦିନରେ ଆଧୁନିକ ଶୈଳୀରେ ଜୀବନ ଜାପାନରେ ଆମେ ପ୍ରାକୃତିକ ଜିନିଷର ବ୍ୟବହାର ଭୁଲିଯାଉଛେ |

ସ୍ମରଣ ଶକ୍ତି ବୃଦ୍ଧି କରିବା ପାଇଁ ଆୟୁର୍ବେଦିକ ଔଷଧ ହେଉଛି ବ୍ରାହ୍ମୀ ଗଛର ପତ୍ର |ଏହି ପତ୍ରକୁ ପ୍ରତିଦିନ ସକାଳେ ଖାଲି ପେଟରେ ସେବନ କରିବା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ |ଏହା ସହିତ ଅଧିକ ପରିମାଣରେ ସବୁଜ ପନିପରିବା ଓ ଫଳମୂଳ ସେବନ କରିବା ଦ୍ୱାରା ସ୍ମରଣ ଶକ୍ତିର ମଧ୍ୟ ବୃଦ୍ଧି ଘଟିଥାଏ

ସୋୟାବିନ ଖାଇବା ଦ୍ୱାରା ମଧ୍ୟ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ କାରଣ ସୋୟାବିନ ରେ ନାଇଟ୍ରେସ ନାମକ ପ୍ଲାଣ୍ଟ ହରମୋନ ଓ ଭିଟାମିନ ବି ପ୍ରଚୁର ପରିମାଣରେ ରହିଥାଏ |ଏହା ମସ୍ତିସ୍କ କୁ ଶାନ୍ତ ରଖିବା ସହିତ ସ୍ମରଣ ଶକ୍ତି ବଢ଼ିଥାଏ |

ଅଖରୋଟ ରେ ପ୍ରଚୁର ପରିମାଣରେ ଭିଟାମିନ E ଥାଏ |ଭିଟାମିନ E ସ୍ମରଣ ଶକ୍ତି ବଢ଼ିବାରେ ବହୁତ ଲାଭଦାୟକ ହୋଇଥାଏ |

ବାଦାମ ଏପରି ଏକ ଜିନିଷ ଯାହା ଖାଇବାକୁ ଯେତିକି ସୁସ୍ୱାଦୁ ସ୍ମରଣ ଶକ୍ତି ବଢ଼ିବାରେ ମଧ୍ୟ ସେତିକି ଲାଭ ଦାୟକ |ପ୍ରତିଦିନ ରାତିରେ ବାଦାମ ଭିଯାଇ ରଖନ୍ତୁ |ସକାଳେ ତାର ଚୋପା କୁ ଛଡେଇ ତାର ପେଷ୍ଟ ବନେଇ ଦିଅନ୍ତୁ ସେଇ ପେଷ୍ଟ କୁ ଗୋଟେ ଗ୍ଳାସ ଖିରରେ ମିଶାଇ ପିଅନ୍ତୁ |କ୍ଷୀର ପିଇବାର ଦୁଇ ଘଣ୍ଟା ପର୍ଯ୍ୟାନ୍ତ କିଛି ଖାନ୍ତୁ ନାହିଁ |ପ୍ରତିଦିନ ଏମିତି କରିବା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ |

ସ୍ମରଣ ଶକ୍ତି ବୃଦ୍ଧି କରିବା ରେ ପାଳଙ୍ଗ ଶାଗ ର ମଧ୍ୟ ଭୂମିକା ରହିଛି |ପାଳଙ୍ଗ ରେ ମାଗ୍ନେସିଅମ ,ପୋଟାସିୟମ ଓ ଆଇରନ ପ୍ରଚୁର ମାତ୍ରାରେ ଥାଏ |ଏଥିସହିତ ପାଳଙ୍ଗ ରେ ଭିଟାମିନ B6 ଥାଏ |ଯାହା ଆମର ସ୍ମରଣ ଶକ୍ତି ବୃଦ୍ଧି କରିବା ସହିତ ମସ୍ତିଷ୍କ ବିକାଶରେ ସହାୟକ ହୋଇଥାଏ

ପିଜୁଳି ,ନାସପାତି ,କମଳା ,ଲିଚୁ ,ସବୁଜ ସେଓ ଆମ ମସ୍ତିଷ୍କ ପାଇଁ ବହୁତ ଭଲ ହୋଇଥାଏ ପ୍ରତିଦିନ ସକାଳେ ଗୋଟିଏ ଲେଖାଏ ସେଓ ଖାଇବା ଉଚିତ |ଖାଲି ପେଟରେ ସେଓ ଖାଇବା ଦ୍ୱାରା ମସ୍ତିଷ୍କ କୋଷ ଗୁଡିକ ସକ୍ରିୟ ହୋଇଯାନ୍ତି ଏବଂ ଆଗ ଅପେକ୍ଷା ଭଲ କାମକରନ୍ତି ଯାହା ଦ୍ୱାରା ଆମର ବିଚାର କରିବାର କ୍ଷମତା ବୃଦ୍ଧି ହୋଇଥାଏ |

ଏହି ସବୁ ଜିନିଷ ଖାଇବା ସହିତ ଯୋଗ ,ପ୍ରାଣାୟାମ କଲେ ମସ୍ତିଷ୍କ ରେ ଏକାଗ୍ରତା ବଢିଥାଏ ଏବଂ ମସ୍ତିଷ୍କ ସ୍ଥିର ରହିଥାଏ ,ଉଚିତ ବିଚାର କରିବାରେ ମଧ୍ୟ ସକ୍ଷମ ହୋଇଥାଏ |

Show More

Leave a Reply

Your email address will not be published. Required fields are marked *

Back to top button

Adblock Detected

Please Consider supporting us by desabling your ad blocker.