LOVE STORY

Odia Love Story-ସଂଜୁ ଓ ଶୁଭ ର ପ୍ରେମକାହାଣୀ -True Odia Love Story

ଗୋଟେ ଛୋଟ ଗାଁ ରେ 2 ଜଣ ଭାଇଭଉଣୀ ରହୁଥିଲେ | ଜାଗା ଆଉ ଶୁଭ | ତାଙ୍କର ନିଜର କହିଲେ କେହିନାହାନ୍ତି | ବାପା ମା ଏକାସାଙ୍ଗରେ ଡକାଡକି ହେଇ ଆରପାରିକୁ ଚାଲିଗଲେ |ସେତବେଳକୁ ଶୁଭ ମାତ୍ର 2 ବର୍ଷ ର ହୋଇଥାଏ ଆଉ ଜାଗା 10 ବର୍ଷ ର | ଜଗା ପିଲାଟି ଦିନରୁ ଭାରି କାମିକା ସେ ତା ନିଜ ଜମିରେ ଚାଷ କଲା | ଏ ଭିତରେ ଭାଇ ଭଉଣୀ 2 ଜଣ ଯାକ ବଡ଼ ହେବାକୁ ଲାଗୁଥାନ୍ତି | ଆଉ ଯାହା ଦି ପଇସା ରୋଜଗାର କରେ | ଘର ଚଳା ଆଉ ଶୁଭ ର ପାଠ ପଢ଼ାରେ ସରିଯାଏ | ସେ ଶୁଭ କୁ ଭଲ ପାଠ ପଢ଼େଇ ବଡ଼ ମଣିଷ କରିବାକୁ ଚାଁହୁଥିଲା | ସ୍କୁଲ ପଢା ସାରିବା ପରେ ସେ ସୁଭକୁ Collage ରେ ନାଁ ଲେଖେଇଦେଲା | ଶୁଭ collage ଗଲା | ଶୁଭ ବହୁତ ଭଲ ପାଠ ପଢୁଥାଏ | ସେ ସବୁବେଳେ ଭଲ ନମ୍ବର ରଖି ପାସ କରେ ସେଥିପାଇଁ ଜାଗା ବହୁତ ଖୁସି |

ଦିନେ ଶୁଭର ସାଙ୍ଗର ବାହାଘର ଠିକ ହେଇଗଲା ଆଉ ସେ ସୁଭକୁ ତା ବାହାଘରରେ ଯିବାପାଇଁ କହିଲା | ଶୁଭ ତା ଭାଇ ଠାରୁ ଅନୁମତି ନେଇ ତା ବାହାଘରକୁ ଗଲା | ସେଠି ତାଙ୍କର ବହୁତ ସାରା ବନ୍ଧୁ ବାନ୍ଧବ ଆସିଥାନ୍ତି | ତାଭିତରୁ ତା ସାଙ୍ଗର ମାମୁଁ ପୁଅ ଭାଇ ସଂଜୁ ଥିଲା | ସେ ଶୁଭ କୁ ଦେଖି ଭଲ ପାଇ ବସିଲା | ସେ ସୁଭାକୁ ଯାଇ ଏ କଥା କହିଲା କି ମୁଁ ତୁମକୁ ଭଲ ପାଉଛି ହେଲେ ଶୁଭ ରାଜିହେଲାନି | ଶୁଭ ବାହାଘର ସରିବା ପର୍ଯ୍ୟନ୍ତ ତାଙ୍କ ଘରେ ରହିଲା | ଏ ଭିତରେ ଶୁଭ ବି ସଂଜୁ କୁ ଭଲପାଇ ବସିଲା | ବାହାଘର ସରିଗଲା ଝିଅ ବିଦା ବି ହେଇଗଲା | 2 ଜଣଙ୍କ ଭଲ ପାଇବା ବିଷୟରେ ସଂଜୁର ମା ଜାଣିଦେଲେ | ଆଉ ସେ ଶୁଭ କୁ ବହୁତ ଗାଳିକଲେ |

ସଂଜୁ ଗୋଟେ ବୋଲି ପୁଅ ଥିଲା ଆଉ ସେମାନେ ଆମେରିକା ରେ ରହୁଥିଲେ | ଯେହେତୁ ସେ ବହୁତ ବଡ ଲୋକ ଥିଲେ ସେ ତାଙ୍କ ଷ୍ଟାଣ୍ଡାର୍ଡ ର ଝିଅ ଖୋଜୁଥିଲେ | ଶୁଭ ଗରିବ ହେଇଥିବାରୁ ସେ ଚାଁହୁନଥିଲେ ଶୁଭ ତାଙ୍କ ଘରର ବୋହୁ ହଉ | ସେଦିନ ସେ ଶୁଭ କୁ ବହୁତ ଅପମାନ କଲେ କହିଲେ କି ବଡ ଲୋକର ପୁଅ ଦେଖି ତୋ ପ୍ରେମ ଜାଲରେ ଫସେଇ ଦେଇଛୁ | ଏହା ଶୁଣି ଶୁଭ ବହୁତ କାନ୍ଦିଲା ଆଉ ତା ଗାଁ କୁ ଫେରିଆସିଲା | ଏ ସବୁ କଥା ସଂଜୁ ଜାଣିନଥିଲା କି ତା ମା ଶୁଭ କୁ ଅପମାନ କରିଛନ୍ତି ସେ ଏ କଥା ପରେ ଜାଣିଲା | ଜାଣିଲା ପରେ ସେ ଶୁଭ କୁ କ୍ଷମା ମାଗିବାକୁ ତା ଗାଁ କୁ ଗଲା | ଶୁଭ ତା ଭାଇ କୁ ସବୁ କହିଥିଲା |

ତା ପର ଦିନ ସଂଜୁ ଯାଇ ଶୁଭ ର ଗାଁ ରେ ପହଁଚିଲା | ସଂଜୁ କୁ ଦେଖି ଜାଗା ବହୁତ ରାଗିଗଲା ଆଉ ମାରିବା ପାଇଁ ବାହାରିଲା | ଶୁଭ ତା ଭାଇକୁ ଅଟକେଇଲା | ସଂଜୁ ଜାଗାକୁ କହିଲା ମୁଁ ଶୁଭ କୁ ବହୁତ ଭଲ ପାଉଛି ମୁଁ ତାକୁ ବାହା ହେବାପାଇଁ ଚାଁହୁଛି | କିନ୍ତୁ ଜଗା ମନାକରିଦେଲା କହିଲା ଆମେ ଗରିବ ଲୋକ ଆଉ ତମେ ବଡ ଲୋକ ତୁମ ସହ ବନ୍ଧୁ ବାନ୍ଧିବାର ଅକାତ ଆମର ନାହିଁ | ଏ କଥା ଶୁଣି ସଂଜୁ କହିଲା ଆପଣ ଯାହା କହିବେ ମୁଁ କରିବି ବାସ ମତେ ମୋ ଶୁଭ ଠୁ ଅଲଗା ହବାକୁ ଦିଆନ୍ତୁନି | ସଂଜୁ ର କଥା ଶୁଣି ଜଗା କହିଲା ଯଦି ତୁମେ ଶୁଭ କୁଏତେ ଭଲ ପାଉଛ ମୁ ଯାହା କହିବି ତୁମକୁ ତାହା କରିବାକୁ ପାଡିବ | ତୁମକୁ ଆମ ଭଳି ଗରିବ ହୋଇ ରହିବାକୁ ପଡିବ | ବିଲ ରେ ଚାଷ କରିବାକୁ ପଡିବ ଗାଈ ଗୋରୁ କାମ କରିବାକୁ ପଡିବ | ସଂଜୁ ଆଗ ପଛ କିଛି ନ ଭାବି ହଁ କହିଦେଲା |

ଜଗା କହିଲା ଯଦି ତୁ ଏ ସବୁ କାମ କରି ନପାରିବୁ ତ ମୋ ଭଉଣୀକୁ ଭୁଲିଯିବୁ | ସଂଜୁ ପିଲାଟି ଦିନୁ ଆମେରିକା ରେ ରହି ଆସିଛି ସେ ଗାଁ ର ଚାଲିଚଳଣି କିଛି ଜାଣିନି ଧାନ କେମିତି ଚାଷ ହୁଏ ଜାଣିନି | ଇଣ୍ଟରନେଟ ରୁ ପଢି ସେ ଧାନ ଚାଷ କରିବାକୁ ଲାଗିଲା | ଦିନ ଯିଏ ରାତି ପରିଶ୍ରମ କଲା .ଯିଏ ଦିନେ ସୁନା ପଲଙ୍କ ରେ ସୋଉଥିଲା ସେ ଆଜି ତଳେ ଶୋଉଛି | ଏ ସବୁ ଦେଖି ଶୁଭକୁ ବହୁତ ଖରାପ ଲାଗିଲା ସେ ସଂଜୁ କୁ କହିଲା ତୁମେ ଏଠୁ ଚାଲିଯାଅ ମୁଁ ତୁମ କଷ୍ଟ ଦେଖି ପାରୁନି | ସଂଜୁ ତାକୁ ବୁଝେଇଲା ଆଉ କହିଲା ମୁଁ ଏଠୁ ଯିବି ସତ କିନ୍ତୁ ଏକା ନୁହେଁ | ତୁମ ଭାଇ ଙ୍କୁ ଦେଇଥିବା କଥା ପୂରଣ କରିବି ଆଉ ତୁମକୁ ମୋ ସାଙ୍ଗରେ ନେଇକି ଯିବି ସେ ପର୍ଯନ୍ତ ତୁମେ ବିକୁଳ ବ୍ୟସ୍ତ ହୁଅନି ମୋର କିଛି ହବନି ମୁଁ ସବୁ ସମ୍ଭାଳି ନେବି | ସଂଜୁ ର ମା ଆମେରିକା ଚାଲିଯାଇଥିଲେ ହେଲେ ସଂଜୁ ତାଙ୍କ ସହ ଯାଇନଥିଲା ଏ କଥା ତା ବାପା ତା ମା କୁ ପଚାରିଲେ କି ସଂଜୁ କଣପାଇଁ ସେ ତୁମ ସହ ଆସିଲାନି | ତା ମା ତା ବାପାଙ୍କୁ ସବୁକଥା କହିଲେ ତା ବାପା ଏ କଥା ଶୁଣି ସଂଜୁ କୁ ଫେରେଇ ଆଣିବାକୁ ଓଡିଶା ଆସିଲେ |

ତାପରେ ସେ ଶୁଭ ର ଗାଁ କୁ ଗଲେ ଆଉ ଶୁଭ ର ଭାଇ ସହ କଥା ହେଲେ | ଶୁଭର ଭାଇ କହିଲେ ତୁମେ ତୁମ ପୁଅ ସହ କଥା ହୁଅ ଯଦି ସେ ଯିବାକୁ ଚାଁହୁଛି ତ ତାକୁ ସାଙ୍ଗ ରେ ନେଇଯାଅ | ସଂଜୁ ର ବାପା ସଂଜୁ ସହ କଥା ହେଲେ ବହୁତ ବୁଝେଇଲେ ଆମେରିକା ଫେରିଯିବାକୁ କହିଲେ ହେଲେ ସଂଜୁ ସିଧା ସିଧା ମନାକରିଦେଲା | ତା ବାପା କହିଲେ ତୋ ଇଚ୍ଛା ତୁ ଯାହା କରୁଛୁ କର | ଏହା କହିସେ ଆମେରିକା ଫେରିଗଲେ | ସଂଜୁ ତା ଲକ୍ଷ ସ୍ଥଳରେ ପହଂଚିବାପାଇଁ ବହୁତ ମେହନତ କରୁଥାଏ ଦିନରାତି ଏକ କରିଦେଇଥାଏ | ଧୀରେ ଧୀରେ ସେ ହଳ କରିବା ଧାନ ବୁଣିବା ସବୁ ସିଖିଗଲା |

ବର୍ଷା ଦିନ ଆସିଲା ସେ ଏକା ତା ଜମିକୁ ହଳ କରି ଧାନ ବୁଣି ଚାଷ କରିବାକୁ ଲାଗିଲା ଆଉ ସାରା ଔଷଧ ଦେଇ ଧାନର ଯତ୍ନ ନେଲା ଆଉ ଧାନ ହେବାପାଇଁ ଅପେକ୍ଷା କଲା ଦିନ ଉପରେ ଦିନ ବିଟିଚାଲିଥାଏ ଦିନେ ବହୁତ ଜୋରରେ ବର୍ଷା ହେଲା ଧାନ ବିଲରେ ପାଣି ପଶିଯାଇ ଥାଏ | ରାତି ସାରା ନ ସୋଇ ନିଜ ବିଲରୁ ପାଣି କାଟିବା ସହ ସେ ଜଗାର ବିଲରୁ ବି ପାଣି କଟୁଥିବାର ଜଗା ଦେଖିଲା ଆଉ ମନେ ମନେ ଖୁସିହେଲା |

ସଂଜୁ ର କାମ ଦେଖି ଜଗା ଧୀରେ ଧୀରେ ତାକୁ ପସନ୍ଦ କରିବାକୁ ଲାଗିଲା ସେ ଭାବି ସାରିଥିଲା ସେ ତା କାମରେ ସଫଳ ହେଉ ବା ନ ହେଉ ସେ ତା ଭଉଣୀକୁ ତାକୁ ବାହାଦେବ | ବହୁତ ଦିନ ବିତିଗଲା ଧାନଅମଳ ସମୟ ଆସିଲା ଆଉ ସଂଜୁ ତା ଧାନ ସବୁ ଅମଳ କଲା ଆଉ ସବୁ ଧାନ ଆଣି ଜଗାକୁ ଦେଲା ଏ ସବୁ ଦେଖି ଜାଗା ବହୁତ ଖୁସି ହେଲା ଆଉ ତା ସହ ଶୁଭ ର ବାହାଘର ପାଇଁ ରାଜି ହେଇଗଲା | ସଂଜୁ ର ବାପା ମା ବି ଏ ବାହାଘରରେ ରାଜିହେଲେ ସେ ବି ବୁଝିପାରିଲେ ଯେ ତାଙ୍କ ପିଲା ର ଖୁସି ଆଗରେ ଧନ ସମ୍ପତ୍ତି କିଛି ନୁହଁ | ଆଉ 2 ପରିବାର ର ସହମତିରେ ସଂଜୁ ଆଉ ଶୁଭ ର ବାହାଘର ହେଲା |

ଏ Lovestory ଟିକୁ ଆପଣ ପଢ଼ିସାରିବା ପରେ ଆପଣଙ୍କୁ ଲାଗିବ ଯେ ୟେ ଷ୍ଟୋରୀ ଆପଣ ଆଗରୁ କୋଉଠି ଶୁଣିଛନ୍ତି | କିଛି ସମୟ ଭାବିଲା ପରେ ଆପଣ ଜାଣିପାରିବେ କି ୟେ ଅନୁଭବ ଆଉ ବର୍ଷାଙ୍କ Movie Story ଭଳି ଲାଗୁଚି କିନ୍ତୁ ସେ Movie ବି ଗୋଟେ ସତ୍ୟ କାହାଣୀ ଉପରେ ଆଧାରିତ |

ଆଶାକରୁଛି କାହାଣୀ ଟି ଆପଣମାନଙ୍କୁ କେମିତି ଲାଗିଲା କମେନ୍ଟ କରି ଜଣେଇବେ | ଯଦି ଆପଣ ମାନଙ୍କ ପାଖରେ କିଛି ଏମିତି Odia love story ଅଛି ତାହାଲେ ଆମକୁ Post କରନ୍ତୁ |

Tags

Related Articles

Leave a Reply

Your email address will not be published. Required fields are marked *

Back to top button
Close
Close