Odia Love Story-ରାଧା ଓ ମୋହନ ର ପ୍ରେମ କାହାଣୀ_Part -1_True Odia Love Story

କୁହାଯାଏ ସମୟ ବହୁତ ବଳବାନ ତା ଠୁ ବଳବାନ ଭାଗ୍ୟ ଆଉ ଭାଗ୍ୟ ଠୁ ବଳବାନ ଭଗବାନ | ତାଙ୍କ ମାୟା କେହି ଜାଣିପାରନ୍ତିନି | ସେ କେତେବେଳେ କାହାକୁ କାହାସହିତ ଯୋଡ଼ିଦେବେ | ସେମିତି କିଛି ଘଟିଥିଲା ରାଧା ର ଜୀବନରେ | ରାଧା ଦେଖିବାକୁ ବହୁତ ସୁନ୍ଦର ଥିଲା | ରଙ୍ଗ ସିନା ତାର ଗୋରା ନଥିଲା ହେଲେ ତା ସୁନ୍ଦରତରେ ସମସ୍ତଙ୍କ ଆଖି ଢଳି ଯାଉଥିଲା କୋଉ ଗୁଣରେ ସେ କମ୍ ନଥିଲା | କହିବାକୁ ଗଲେ ଗୋଟିଏ ଚାଉଳରେ ଗଢ଼ା | ସେ ଯୋଉଠି କି ଯାଉଥିଲା ହସ ଖୁସି ର ମାହୋଲ ଵନିଯାଉଥିଲା | ବହୁତ ଖୁସ ମିଜାଷ ର ଝିଅଟି ଥିଲା |

0a00e596d76756bfac56606af8835779
Radha ra Prema Khanai Odia Love Story

ହେଲେ କଥାରେ ଅଛି ଯିଏ ସବୁବେଳେ ହସୁଥାଏ ସେ ନିଜ ମନରେ ଅନେକ ଦୁଃଖ ଯନ୍ତ୍ରଣା ଲୁଚେଇ ରଖିଥାଏ | ରାଧା ତା ଜୀବନରେ ଅନେକ ଦୁଃଖ ଯନ୍ତ୍ରଣା ସହିଛି | ତା ଜୀବନରେ କେତେ ଯେ ଅନ୍ଧାର ରାତି ଆସିଛି ସେ ଗଣିନି | କିନ୍ତୁ ସେ ପୁଅ ମାନଙ୍କୁ ବହୁତ ଘୃଣା କରୁଥିଲା | ସେ କୁହେ ନାରୀର ଚରିତ୍ର ଖରାପ କରନ୍ତି ଆଉ ତାକୁ ଚରିତ୍ର ହୀନ କୁହନ୍ତି | ଛାଡ଼ ସେ ସବୁ କଥା | ରାଧାର କାହାଣୀ ଏତେ ଲମ୍ବା ଯେ ତାକୁ ବର୍ଣନା କରିବାକୁ ଉପନ୍ୟାସ ବି କମ୍ ପଡ଼ିଯିବ | ତା ଜୀବନରେ ଗୋଟେ ଲକ୍ଷ ଥିଲା ସେ ଦିନେ ବଡ ମଣିଷ ହବ ତା ବାପା ମା ଙ୍କ ନାଁ ରଖିବ | ନିଜର ଗୋଟେ ସୁଖର ସଂସାର ଗଢିବ | ସେଥିପାଇଁ ସେ ବହୁତ ପରିଶ୍ରମ କରୁଥିଲା | ଆଉ ତା ପରିଶ୍ରମ ର ଫଳ ତାକୁ ତା ଲକ୍ଷ ର ଅତି ନିକଟରେ ପହଞ୍ଚେଇ ଦେଲା |

ସେଦିନ ତା ଜୀବନର ସବୁଠୁ ବଡ଼ ଦିନ ଥିଲା .ସେଦିନ OPSC ର ପରୀକ୍ଷା ଥିଲା | Interview କୁ ନେଇ ତା ମନରେ କୋଉଠି ନା କୋଉଠି ଟିକିଏ ଡର ଥିଲା | ତା ମୁହଁ ରୁ ହସ ଲିଭି ଯାଇଥାଏ | ଡର ଡର ଚେହେରା | କିଛି ଦୂରରେ କିଛି ପିଲା ଠିଆ ହୋଇ କଥା ହବାର ସେ ଦେଖିଲା | ସେ କିଛି କ୍ଷଣ ପାଇଁ ହଜିଗଲା ସେ ପିଲାର ହସ ହସ ଚେହେରା ରେ | ସେମିତି ଚାହିଁ ରହିଥିଲା ତାକୁ ନିସ୍ତବ୍ଧ ଚାହାଁଣୀରେ | ସେ ଭିତରେ ଟିକେ ହସ ତା ମୁହଁରେ ଆସିଯାଇଥିଲା | ପୁଅଟିର ନାଁ ଥିଲା ମୋହନ | ମୋହନ ର ଆଖି ପଡିଲା ରାଧା ର ସେଇ ନିସ୍ତବ୍ଧ ଚାହାଣି ଉପରେ | ରାଧା ତା ଆଖି ତଳକୁ କରିନେଲା ଆଉ ମୋହନ କୁ ଚୋରା ଚାହାଣି ରେ ଦେଖିବାକୁ ଲାଗିଲା | ସେଠି ପଡିଥିବା ଗୋଟେ ଚଉକି ଉପରେ ରାଧା ବସିଥିଲା | ମୋହନ ଆସି ତା ପାଖରେ ବସିଲା | ରାଧା ଡରିଗଲା କି ମୋହନ ଆଉ ଜାଣି ଦେଲାନି ତ କି ସେ ତାକୁ ଚାଁହୁଛି | ରାଧା ହାତରେ ଥିବା Admit card ରୁ ମୋହନ ଜାଣିଲା କି ସେମାନେ ଗୋଟିଏ collage ରେ ପଢୁଥିଲେ | ତାପରେ ମୋହନ ରଧାକୁ ବନ୍ଧୁତା ର ହାତ ବଢ଼େଇଲା | ମୋହନ ରାଧା କୁ କହିଲା ଆମେ ଦୁଇ ଜଣ ଗୋଟିଏ Collage ରୁ ଅସୀଛେ ଯା ହଉ କେହି ଜଣାଶୁଣା ଲୋକ ଦେଖା ହେଲେ | ରାଧା ବି ପଦେ ଅଧେ କହିଲା | ଦୁଇ ଜଣଙ୍କର ପରୀକ୍ଷା ସରିଲା ବହୁତ ଭଲ ହେଇଥିଲା ତାଙ୍କ ପରୀକ୍ଷା |

ପରୀକ୍ଷା ସରୁ ସରୁ ସନ୍ଧ୍ୟା ହେଇଗଲା | ସେ ଜାଗାରେ ଗାଡି ମଟରର ଏତେ ସୁବିଧା ନଥାଏ | ରାଧା ବସ ପାଇଁ ଅପେକ୍ଷା କରିଥିଲା | ମୋହନ ତାର ନିଜ Bike ରେ ଚାଲିଯାଇଥିଲା | ପୁଣି କଣ ମନ ହେଲା କେଜାଣି ସେ ପଛକୁ ଫେରି ଦେଖିଲା ରାଧା ଠିଆ ହୋଇଛି ସେ ରଧାକୁ କହିଲା ଆସ ମୁ ତୁମକୁ ଛାଡ଼ିଦେବି | ତା ପରେ ମୋହନ ତାକୁ ତା Phone Number ଦେଲା କହିଲା କିଛି ଅସୁବିଧା ହେଲେ ମତେ Call କରିବ | ତାପରେ ମୋହନ ନେଇ ଟାକୁ ତା Room ପାଖରେ ଛାଡିଦେଲା | ରାଧା ବୁଝି ପାରୁନଥାଏ ଏ ସବୁ କଣ ହେଇଯାଉଛି | ରାଧା Room ରେ ପହଞ୍ଚି ତାର ଖାଇ ପି ଶୋଇବାକୁ ଗଲା | କିନ୍ତୁ ସେ ମୋହନର ସେ ଚେହେରା | ତା ବ୍ୟବହାର ଭୁଲି ପାରୁନାହିଲା | ସେ ରାତି ସାରା ସୋଇପାରୁନଥିଲା | ସେ ଭାବିଲା କି ଗୋଟେ ପୁଅ ବିଷୟରେ ମୁଁ ଏତେ କେମିତି ଭାବି ପାରୁଛି |

ରାଧା ମୋହନ କୁ Message କଲା | ଏମିତି କଥା ବାର୍ତ୍ତା ରେ କିଛି ଦିନ ଚାଲି ଗଲା | ରାଧା ଗୋଟେ ଦିନ ମୋହନ କୁ Message କଲା ତୁମ ଚେହେରା ମୁ ଭୁଲି ପାରୁନି | ମନରେ ଗୋଟେ ଅଜଣା Feelings, ଜାଣିନି ତୁମେ ୟାକୁ କଣ କହିବ | କଣ ମୁଁ ଭଲ ପାଇଁ ବସିଛି ତମକୁ ? ମୋହନ ଗୋଟିଏ କଥା ରେ ଲେଖିଲା ହଁ ତମେ ମତେ ଭଲପାଇ ସାରିଛ ଆଉ ଖାଲି ସେତିକି ନୁହେଁ ମୁଁ ବି ତୁମକୁ ଭଲ ପାଇଁ ସାରିଛି କେବେଠୁ ହେଲେ ଏଇ କିଛି ଦିନ ହବ ମୋ ପ୍ରତି ଥିବା ତମ ଭଲ ପାଇବା ମୁଁ ଅନୁଭବ କଲି ସେଥିପାଇଁ ପଚାରିଦେଲି ଯାହା କି ମୋର କହିବାର ନଥିଲା | ରଧାକୁ କିଛି କ୍ଷଣ ପାଇଁ ଲାଗିଲା ପୁରା ଦୁନିଆ ଟା ଆଜି ତାର ହେଇଯାଇଛି | ସେ ଯେମିତି ପାଗେଳୀ ହେଇଯିବ ଖୁସିରେ | ସେ ଏତେ ଭଲ ପଇସାରିଛି ଯେ ସେ ନିଜେ ବି ଜାଣିନି | ସେ ଯାହାକୁ ଭଲ ପାଉଛି ସେ ବି ତାକୁ ଭଲ ପାଉଛି ଜାଣି | ତାକୁ ସପ୍ନ ଭଳି ଲାଗିଲା |

ହେଲେ ସେ ଜାଣି ନଥିଲା ଏ ସବୁ ଖୁସି କିଛି କ୍ଷଣ ପାଇଁ ଥିଲା | ଜୀବନରେ ରାଧା ବହୁତ କାନ୍ଦିଥିଲା | ତା ହସ ଦିନେ ହଜି ଯାଇଥିଲା | ଆଉ ଏ କିଛି ଦିନ ହବ ସେ ନିଜକୁଖୋଜି ପାଇଥିଲା ଆଉ ଖୁସି କଣ ସେ ପ୍ରଥମ ଥର ପାଇଁ ଅନୁଭବ କରିଥିଲା ହେଲେ ଭଗବାନ ତା ଭାଗ୍ୟ ରେ କଣ ଲେଖିଛନ୍ତି କେଜାଣି |

ଗୋଟେ ଦିନ ମୋହନ ତାକୁ କହିଲା ମୁଁ ତୁମକୁ ବହୁତ ଭଲ ପାଇ ସାରିଛି ଏହା ସତ ହେଲେ ଏ କଥା ମୁ କେବେ ତୁମକୁ କହିବାକୁ ଚାଁହୁନଥିଲି | ସତ କଥା ହେଲା ମୁଁ ତୁମକୁ କେବେ ବାହା ହେଇପାରିବିନି ,ସେ ସମୟ ରେ ରାଧା କୁ ଏମିତି ଲାଗିଲା ଯେମିତି ଭଗବାନ ସବୁକିଛି ତା ହାତ ରେ ଦେଇ ପୁଣି ଛଡେଇ ନେଲେ | ମୋହନ କହିଲା ସାନ ଭାଇ cancer ରେ ଚାଲିଗଲା ବାପା ,ମା ଙ୍କ ସବୁ ଆଶା ପୁରଣ କରିବା ଯେମିତି ମୋର କର୍ତ୍ତବ୍ୟ ପାଲଟି ଯାଇଛି | ସେମାନେ ପୁରା ଭାଙ୍ଗି ପଡିଛନ୍ତି | ଆମ ଘରେ ପ୍ରେମ ବିବାହ କୁ ଗ୍ରହଣ କରିବେନି ଆଜି ପର୍ଯ୍ୟନ୍ତ ଆମ ଘରେ କେହି ନିଜ ଇଚ୍ଛା ରେ ବାହା ହେଇନି | ଶେଷରେ ଗୋଟେ କଥା କହିବି ମୁଁ କେବେ ତାଙ୍କୁ କଷ୍ଟ ଦେଇପାରିବିନି | ସେଥିପାଇଁ ଆଜିପର୍ଯ୍ୟନ୍ତ ମୁଁ ଏ ସବୁ ଜିନିଷ ପ୍ରତି ମୁ ଧ୍ୟାନ ଦେଇନି | କାହିଁକି କେଜାଣି ଏ ମନ ତମ ପାଖକୁ ପଳେଇଲା ମୋ ଅଜାଣତରେ | ଏ କର୍ତ୍ତବ୍ୟ ପରାୟଣ ଜୀବନ ଭିତରେ ଏମିତି କିଛି ଘଟଣା ଘଟୁ ମୁଁ କେବେ ଚାହିଁ ନଥିଲି | ଯଦି ବି ଏ ସବୁ ହେଇ ଗଲା ମୁ ତୁମକୁ ଜଣେଇବାକୁ ଚାହିଁନଥିଲି |

ମୋହନ ପାଖରୁ ଏ କଥା ଶୁଣି ରାଧା ପଥର ପାଲଟି ଗଲା | ରାଧା ଆଗରୁ ପୁଅ ମାନଙ୍କୁ ବହୁତ ଘୃଣା କରୁଥିଲା | ହେଲେ ସେ ଏମିତି ଗୋଟେ ମଣିଷ କୁ ଦେଖିଲା ଯିଏ କି ନିଜ ବାପା ମାଙ୍କୁ ସେତିକି ସଂମ୍ମାନ ଦଉନି ବରଂ କେବଳ କର୍ତ୍ତବ୍ୟ ର ମାଇଲ୍ଖୁଣ୍ଟ ପାଲଟି ଯାଇଛି | କେବଳ ଅନ୍ୟ ମାନଙ୍କ ଖୁସି ପାଇଁ ସେ ନିଜ ଖୁସିକୁ ପାଦରେ ଆଡେଇ ଦେଇଛି | ସେ ଚାହିଁଥିଲେ ରଧାକୁ ମିଛ ଆଶା ଦେଇ ତା ସହ ଖେଳି ପାରିଥାନ୍ତା ହେଲେ ସେ ସବୁ ସ୍ପଷ୍ଟ ଭାବରେ ଖୋଲି କହିଦେଲା | ଏହା ଦେଖି ମୋହନ ପ୍ରତି ରାଧା ର ସଂମାନ ଆହୁରି ବଢିଗଲା | ମୋହନ ରାଧା କୁ କହିଲା ତୁମେ ଆଉ ମୋ ସହ କଥା ହୁଅନି ନାଇଁ ତ ତୁମକୁ ଭୁଲିବାକୁ ବହୁତ କଷ୍ଟ ହବ | ମୁଁ ଚାଁହୁନି ତମକୁ କଷ୍ଟ ହଉ | ଏହା ଶୁଣି ରାଧାର ଭଲପାଇବା ମୋହନ ପ୍ରତି ଆହୁରି ଭଲପାଇବା ବଢିଗଲା | ସେଦିନ ବହୁତ କାନ୍ଦିଲେ ଦୁଇଜଣ | କଣ ଭଲପାଇବା ଏହାକୁ କୁହାଯାଏ | ଖାଲି ଭଲ ପାଇବାର ମାନେ ନୁହଁ ଯେ ବାହାହବା | ଦୁହେଁ ଦୁହିଁଙ୍କୁ ବନ୍ଧୁ ଭାବରେ ପାଇଁ ଖୁସିରେ ଅଛନ୍ତି | ଅଜୀଏ ଯାଏ ମୋହନ ବାହା ହେଇନି ଆଉ ରାଧା ବି | ଦେଖା ଯାଉ ଆଗକୁ କଣ ହଉଚି …..continue Part 2 Comming Soon

ଆଶାକରୁଛି କାହାଣୀ ଟି ଆପଣମାନଙ୍କୁ କେମିତି ଲାଗିଲା କମେନ୍ଟ କରି ଜଣେଇବେ | ଯଦି ଆପଣ ମାନଙ୍କ ପାଖରେ କିଛି ଏମିତି Odia love story ଅଛି ତାହାଲେ ଆମକୁ Post କରନ୍ତୁ |

Story By :- Rupali Ray

Also Read:-ରାଧା ଓ ମୋହନ ର ପ୍ରେମ କାହାଣୀ_Part -2

Share on:

Leave a Comment

close