LOVE STORY

Odia Love Story-ରାଧା ଓ ମୋହନ ର ପ୍ରେମ କାହାଣୀ_Part -2_True Odia Love Story

ସେଦିନ ସେ ଦୁହେଁ ଦୁହିଁକୁ Promise କରିଥିଲେ ଆମେ ଏଇ ଅଧୁରା ସମ୍ପର୍କ କୁ ଏଇଠି ହିଁ ଶେଷ କରିଦେବା | ହେଲେ ନିୟତି ର ନିୟମ କିଛି ଅଲଗା ଥିଲା |ପ୍ରଥମ ଦେଖାରୁ ଯେ ଦୁହେଁ ଦୁଇଜଣଙ୍କୁ ଏତେ ଭଲପାଇଯାଇଥିଲେ ତାହା ବୋଧ ହୁଅ ସେ ଦୁଇଜଣଙ୍କୁ ଜଣା ନଥିଲା |ସେହି ଦିନ ପରଠାରୁ କେବେ ସେମାନଙ୍କର ଦେଖା ବି ହେଇନଥିଲା mesg mesg ହିଁ ସବୁକିଛି ଶେଷ ହେଇଯାଇଥିଲା |

କିଛି ଦିନ ଗଲା ପରେ ରାଧାର କିଛି କାମ ଥିଲା OPSC office ରେ |ସେ ଯାଇଥାଏ |ଯାଇ କି ଦେଖେ ତ ସେଦିନ office ବନ୍ଦ ଅଛି |ଘରଠାରୁ ବହୁତ ଦୂରରେ office |ରାଧା ଏକା ଯାଇଥାଏ ଭୁବନେଶ୍ୱର ସହରକୁ |ସହରର କିଛି ଜାଗା ଜଣା ନଥାଏ ରଧାକୁ ସବୁ ତା ପାଇଁ ନୂଆ |ଫେରିବା ସମୟ ରେ ବହୁତ ଜୋର ରେ ବର୍ଷା ହେଲା |ଏତେ ଜୋରରେ ବର୍ଷା ହେଲା ଜେ |ଗାଡି ମଟର ଚଳାଚଳ ବନ୍ଦ ହେଇଗଲା |ଘଡଘଡି ସାଙ୍ଗକୁ ବର୍ଷା ବହୁତ ହଉଥାଏ |ରାଧା ବହୁତ ବିଚଳିତ ହେଉଥାଏ |କଣ କରିବ କଣ ନାଇଁ ସେ କିଛି ଭାବି ପାରୁନଥାଏ |କୋଉଠି ଆଶ୍ରୟ ନବ କୋଉଟା ସୁରକ୍ଷିତ ଜାଗା ସେ ଜାଣି ପାରୁନଥାଏ |ସେ ଗୋଟେ ଛୋଟ ଢ଼ାବା ପାଖରେ ଠିଆ ହୋଇଥାଏ |ଠିକ ସେହି ସମୟ ରେ କେହି ଜଣେ Bike ଆଣି ସେହି ଢ଼ାବା ପାଖରେ ଆଶ୍ରୟ ପାଇଁ ଠିଆ ହେଲା |ରାଧା Phone ରେ କଥା ହେଉଥାଏ |ହଠାତ ରାଧାରା ସ୍ୱର ଶୁଭିଲା |ଆଶ୍ରୟ ପାଇଁ ଠିଆ ହୋଇଥିବା ଲୋକଟି ଏ କଣ୍ଠସ୍ୱର ଶୁଣି ବିଚଳିତ ହୋଇଗଲେ |ତାଙ୍କୁ ଏ କଣ୍ଠସ୍ୱର ଯେମିତି ଜଣା ଶୁଣା ଲାଗିଲା |ସେ ଲୋକ ଆଉ କେହି ନଥିଲେ ସେ ମୋହନ ଥିଲା |ମୋହନକୁ କିଛି କ୍ଷଣ ପାଇଁ ଲାଗିଲା କି ମତେ ଏମିତି ଶୁଣା ଯାଉଛି |ସେମିତି କିଛିନାହିଁ ବାସ୍ ନିଜ ମନର ଭାବନା କହି ଆଉ ଧ୍ୟାନ ଦେଲାନି | ବାର ବାର ସେ ସ୍ୱର ଶୁଣି ସେ ନିଜକୁ ଆଉ ରୋକି ପାରିଲାନି ରାଧା ….ରାଧା …..ବୋଲି ଡାକିବାକୁ ଲାଗିଲା |କାହିଁକି ନ ମୋହନ ରଧାକୁ ଭୁଲି ପାରିନଥିଲା |ରାଧା ମୋହନ ସ୍ୱର ଶୁଣି ଦୌଡ଼ି ଆସିଲା ମୋହନ ପାଖକୁ ଦୁହେଁ ଦୁହିଁକୁ ଦେଖି ବହୁତ ଖୁସି ହେଲେ ଯେମିତି ମରିଯାଇଥିବା ଗଛରେ ରେ କିଏ ପାଣି ଢାଳି ଜୀବନ ଦେଲା |ସେ ଦୁହେଁ ଦୁହିଁଙ୍କୁ ଦେଖି ତାଙ୍କ ଖୁସି ଲୁହ ହେଇ ତାଙ୍କ ଆଖିରୁ ବୋହିଯାଉଥିଲା |ଦୁହେଁ ଦୁହିଁକୁ ପାଖରେ ପାଇଁ ସେ ପୂର୍ବ ରୁ କରିଥିବା ପ୍ରତିଜ୍ଞା ଭୁଲିଗଲେ | ଦୋଷ ତାଙ୍କର ନୁହଁ ଦୋଷ ନିୟତି ର | ଦୁଇଟି ଭଲପାଉଥିବା ହୃଦୟ ପାଖା ପାଖି ରହିଲେ ସେ ସବୁ କିଛି ଭୁଲିଯାନ୍ତି | କେଜାଣି ଭଗବାନ କଣ ଚାଁହୁଥିଲେ |

ଦୁହେଁ କିଛି ସମୟ ନିଜ ନିଜ ସହ ବିତେଇବାକୁ ଗୋଟେ Park ରେ ଯାଇ ବସିଲେ | ରାଧା ଆଉ ମୋହନ ପ୍ରଥମ ଥର park ଯାଇଥାନ୍ତି |ମୋହନ କି ରାଧା ପରସ୍ପର କେବେ park ଆସି ନଥିଲେ | କିଛି ସମୟ ବସିଲା ପରେ ମୋହନ ଦେଖିଲା କିଛି ଛୁଆ ଖେଳୁଛନ୍ତି| ମୋହନ ଆଉ ରାଧା ସେଇ ଛୁଆଙ୍କୁ ଦେଖି ତାଙ୍କ ପିଲାବେଳ କଥା ହେବାକୁ ଲାଗିଲେ |ଏମିତି କଥାରେ କଥାରେ କିଛି ସମୟ ବିତିଯାଇଥିଲା ଆଉ ମୋହନ ରଧାକୁ ପଚାରିଲା ତମକୁ ଡର ଲାଗୁଛି କି ଗୋଟେ ପୁଅ ସହ ଏକା ବସିବାକୁ |ରାଧା ମୁଣ୍ଡ ହଲେଇ ନା କହିଲା |ମୋହନ ରାଧା କଥା ଶୁଣି ଜୋରରେ ହସିଦେଲା |ରାଧା ସିନା ମୋହନ କୁ ମନା କଲା କି ତାକୁ ଡର ଲାଗୁନି ବୋଲି |ଏ କଥା ସତ କି ରାଧା ତ ବହୁତ ଭୟଭୀତ ଥିଲା |କିନ୍ତୁ ତା ଠୁ ଅଧିକ ମୋହନ ଥିଲା କାହିଁକିନା ସେ କେବେ କୋଉ ଝିଅ ସହ ଏମିତି ଏକାନ୍ତରେ ବସି କଥା ହେଇନି |ତା ଉପରେ ପୁଣି ତା ବାପା ବାର ବାର phone କରୁଥାନ୍ତି |ମୋହନ ରଧାକୁ କିଛି ଖାଇବା ଆଣିବାକୁ ଯାଉଛି ବୋଲି କହିଲା |ଆଉ ସେ ଉଠିକି ଚାଲିଗଲା |ରାଧା ଏକା ବସିଥାଏ ସେହି ସମୟ ରେ କିଛି ଅସାମାଜିକ ଲୋକ ତା ପାଖା ପାଖି ଚାଲବୁଲ କରୁଥାନ୍ତି |ରାଧା ଏ ସବୁ ଦେଖି ବହୁତ ଡ଼ରୁଥାଏ |ରାଧା ମୋହନ କୁ phone କରିବ କଣ ସେହି ସମୟ ରେ ମୋହନ phone କରି ରଧାକୁ ପଚାରିଲା ତମେ ଠିକ ଅଛ ତ |ରାଧା କହିଲା ହଁ ମୁଁ ଠିକ ଅଛି ତମେ ଠିକ ସେ ଆସ |

ରାଧା ମନ ର ଡର ଆଉ ବିଚଳତା କୁ ହୁଏ ତ ମୋହନ ବୁଝି ପାରିଲା | ସେ ରାଧାର ବ୍ୟସ୍ତତା ପୂର୍ଣ୍ଣ ହଁ ବୁଝିପାରିଲା |ମୋହନ କୁ ଯେମିତି ଲାଗିଲା ରାଧାର କିଛି ଅସୁବିଧା ହେଇଛି |ମୋହନ ଦୌଡ଼ି ଦୌଡ଼ି ଆସି ରାଧା ପାଖରେ ପହଞ୍ଚି ଗଲା ଆଉ ରଧାକୁ ଜୋରରେ ଜାବୁଡି ଧରି I Love You ……I Love You……I Love You so much କହିଲା |ରାଧା ମୋହନର ବ୍ୟସ୍ତ ପୂର୍ଣ୍ଣ ଭଲ ପାଇବା ଦେଖି ନିସ୍ତବ୍ଦ ହେଇଗଲା | ରାଧା କୁ ସେତବେଳକୁ ବହୁତ ଭୋକ ଲାଗିଲାଣି ସେ ବିଲକୁଲ ଭୋକ ସମ୍ଭାଳି ପାରେନି |ସେ ଲାଜରେ ମୋହନ କୁ ଖାଇବା କଥା ବି କହିପାରୁନଥାଏ |କିଛି ସମୟ ପରେ ମୋହନ କହିଲା ମୁଁ ଜଣେ ତମକୁ ଭୋକ ହଵଣୀ |ତାପରେ ମୋହନ ଯୋଉ ଖାଇବା ଆଣିଥିଲା ତାକୁ ନିଜ ହାତରେ ରାଧା କୁ ଖୁଆଇ ଦେଲା ରାଧା ମୋହନକୁ ପାକରେ ପାଇ ଏତେ ଖୁସି ଥିଲା ଯେମିତି ଖୁସି କଣ ସେ ଆଗରୁ ଅନୁଭବ କରିନି |

ଏମିତି ଭଲପାଇବା କଥା କଥା ହେଉ ହେଉ ରାଧା ଯେ କେତେବେଳେ ମୋହନ କୋଳରେ ସୋଇପଡିଛି କିଛି କ୍ଷଣ ପାଇଁ |ମୋହନ ରଧାକୁ କହିଲା ରାଧା ମତେ ଗୋଟେ କଥା ଦିଅ ତମେ ଯୋଉଠି ରୁହ ଯେତେ ଦୂରରେ ରୁହ କେବେ ମତେ ଭୁଲିବନି |ରାଧା ବି ମୋହନ କୁ କଥା ଦେଲା କି ସେ ମୋହନ କୁ କେବେ ବି ଭୁଲିବନି ସେ ଯାହା ବି ହେଇଯାଉ |ନିଅତି ର ଜାଲ ରେ ବାରମ୍ବାର ଛନ୍ଦି ହୋଇଯାଉଥିଲେ ଦୁହେଁ |ଭାଗ୍ୟ ଯେ କାହିଁକି ସେମାନଙ୍କୁ ଆଗକୁ ବଢିବାକୁ ସୁଯୋଗ ଦଉଥିଲା ସେମାନେ ବି ଜାଣିପାରୁନଥିଲେ |ଏତିକି ରେ ସରିନି ରାଧା ଆଉ ମୋହନ ର ପ୍ରେମ କାହାଣୀ |ଶେଷରେ କଣ ହବ ତାହାହିଁ କେବଳ ଭଗବାନ ଙ୍କୁ ଜଣା ….ହେଲେ ସେ ସବୁ ଭିତରେ ଯାହା ସବୁ ଘଟିଛି ସେ ସବୁ କେବଳ ସଂଯୋଗ ଯାଇ ନପାରେ |

Also Read :-Radha O Mohanara Prema Kahani Part 1

Tags

Related Articles

3 Comments

Leave a Reply

Your email address will not be published. Required fields are marked *

Back to top button
Close
Close