LOVE STORY

Odia Love Story-ପ୍ରୀତି ଓ ପିୟୁଷ ର ପ୍ରେମ କାହାଣୀ_Real Odia Love Story

ସହର ଠୁ ବହୁତ ଦୂର ରେ ଗୋଟେ ଛୋଟ ଗାଁ ରେ ମା ଟିଏ ଆଉ ଝିଅ ଟିଏ ରହୁଥିଲେ | ଝିଅ ଟି ପିଲା ଦିନୁ ତା ବାପାଙ୍କୁ ଏକ ଦୁର୍ଘଟଣା ରେ ହରେଇଥିଲା | ଝିଅଟି ବହୁତ ପଢା ଲିଖା ଥିଲା ଝିଅ ଟିର ନା ଥିଲା ପ୍ରୀତି | ପ୍ରୀତି ର ମା ଚାଁହୁଥିଲେ ସେ ବଞ୍ଚି ଥାଉ ଥାଉ ପ୍ରୀତି ର ହାତକୁ ଦି ହାତ କରିଦେବେ | ସେଥି ପାଇଁ ସେ ପୁଅ ଖୋଜିବାକୁ ଲାଗିଲେ | ପ୍ରୀତିର ମତ ବି ନେଲେ କି ସେ କଁ ଚାଁହୁଛି | ପ୍ରୀତି କହିଲା ତୁମକୁ ଯେମିତି ଠିକ ଲାଗୁଚି ତୁମେ କର | ଏ କଥା ଶୁଣି ପ୍ରୀତି ର ମା ବହୁତ ଖୁସି ହେଲେ ଆଉ ପୁଅ ଖୋଜିବାକୁ ଲାଗିଲେ | କିଛି ଦିନ ପରେ ତାଙ୍କ ମନ ମୁତାବକ ପୁଅଟିଏ ମିଳିଗଲା | 2 ପରିବାର ଏକାଠି ହେଲେ ଆଉ ବାହାଘର କୁ ନେଇ କଥା ହେଲେ ଆଉ 2 ପରିବାର ମିଶି ନିର୍ବନ୍ଧ ପାଇଁ ଦିନ ଠିକ କଲେ | ଆସନ୍ତା ରବିବାର ଶୁଭ ଦିନ ବୋଲି ପଣ୍ଡିତ କହିଲେ | ନିର୍ଵନ୍ଧ ଦିନ ପାଖେଇ ଆସୁଥାଏ | ନିର୍ବନ୍ଧ ପାଇଁ ସହର କୁ ଯାଏ ମୁଦି କିଣିବାକୁ ପଡିବ | ପ୍ରୀତି ଆଉ ତା ମା ସ୍ଥିର କଲେ ସହର କୁ ଯାଇ ମୁଦି କିଣିବେ | ହେଲେ ହଠାତ ତା ମା ର ଦେହ ଖରାପ ହୋଇଯିବାରୁ ତାକୁ ଏକୁଟିଆ ଯିବାକୁ ପଡିଲା |

ସହର ବହୁତ ଦୂର ହୋଇଥିବାରୁ ସକାଳୁ ଗୋଟିଏ ବସ ଯାଏ ତାଙ୍କ ଗାଁ ରୁ ଆଉ ସେ ବସ ସନ୍ଧ୍ୟା ରେ ଫେରେ | ପ୍ରୀତି ସେହି ବସ ରେ ଗଲା | ସହରରେ କିଣା କିଣି ସରିଲା ବେଳକୁ ସନ୍ଧ୍ୟା ହେଇଗଲା | ପ୍ରୀତି ପୁଣି ସେହି ବସ ରେ ବସି ଘରକୁ ଆସୁଥିଲା | କିଛି ବାଟ ଗଲା ପରେ ସେ ବସ ରେ ଗୋଟେ ପୁଅ ଚଢିଲା | ପୁଅ ଟି ଦେଖିବାକୁ ବହୁତ ସୁନ୍ଦର ଥିଲା | ପୁଅଟି ଆସି ପ୍ରୀତି ର ପାଖ ସିଟ ରେ ବସିଲା | ପ୍ରୀତି ବି ଦେଖିବାକୁ ବହୁତ ସୁନ୍ଦର ଥିଲା | ପୁଅଟି ପ୍ରୀତିକୁ ପ୍ରଥମ ଦେଖାରୁ ହିଁ ଭଲ ପାଇ ସାରିଥିଲା | ସେ ପ୍ରୀତି ସହ କଥା ହେବାକୁ ବହୁତ ଚେଷ୍ଟା କରୁଥିଲା ହେଲେ ପ୍ରୀତି ତା DAIRY ଲେଖିବାରେ ବ୍ୟସ୍ତ ଥିଲା | ଏମିତି ଲେଖୁ ଲେଖୁ ତା PEN ତଳେ ପଡିଗଲା ଆଉ ସେ ପୁଅ ତା PEN ଉଠେଇକି ଦେଲା ଆଉ ପ୍ରୀତି ତାକୁ ଧନ୍ୟବାଦ କହିଲା |

ଆଉ ପୁଅ ଟି ତାକୁ ତା ନିଜ ନା ପ୍ରେମ ବୋଲି କହିଲା | ଆଉ ତାକୁ ତା ନା ପଚାରିଲା ପ୍ରୀତି ତାକୁ ନିଜ ନା କହିଲା | ଏମିତି 2 ଜଣ ଙ୍କ ଭିତରେ ପୁଅଟି ପ୍ରୀତି କୁ ପଚାରିଲା କି ତୁମେ କୁଆଡେ ଯାଇଥିଲ | ପ୍ରୀତି କହିଲା ମୋ ନିର୍ବନ୍ଧ ପାଇଁ ମୁଦି କିଣିବାକୁ ଆସିଥିଲି | ଏ କଥା ଶୁଣି ପିୟୁଷ ର ମନ ବହୁତ ଦୁଃଖ ହେଲା | ଆଉ ପିୟୁଷ କହିଲା ମୁ ମୋ ଘରକୁ ଯାଉଛି ମାମୁ ଘରକୁ ଆସିଥିଲି | କିଛି ବାଟ ଗଲା ପରେ ବସ ଟି ଖରାପ ହୋଇଗଲା | ଏହା ଦେଖି ପ୍ରୀତି ଏହା ଦେଖି ପ୍ରୀତି ବହୁତ ଡରିଗଲା | ପିୟୁଷ କହିଲା ବେସ୍ତ ହୁଅନି ମୁଁ ଦେଖୁଛି କଣ ହେଇଛି | ସେ ତା ପରେ ଆସି କହିଲା କି ବସ ଖରାପ ହେଇଯାଇଛି ଆଉ ଏ ଜଙ୍ଗଲ ରାସ୍ତାରେ କିଛି ଗ୍ୟାରେଜ ବି ନାହିଁ ତ ଏବେ ବସ ସଜାଡି ହବନି ଟିକେ ସମୟ ଲାଗିବ | ଏ କଥା ଶୁଣି ପ୍ରୀତି ଆହୁରି ଡରିଗଲା ଆଉ କହିଲା ମୁଁ ଘରକୁ କେମିତି ଯିବି ରାତି ହେଇଗଲାଣି ଘରେ ମା ଏକା ଅଛନ୍ତି କଣ କରିବି | ପିୟୁଷ କହିଲା ବେସ୍ତ ହୁଅନି | ତୁମକୁ ଘରେ ପହଞ୍ଚେଇବା ଦାୟିତ୍ୱ ମୋର |

ପ୍ରୀତିର ମା ବହୁତ ଚିନ୍ତା କରୁଥାନ୍ତି ପ୍ରୀତି ତାଙ୍କୁ ଫୋନ କରି ସବୁ କଥା କହିଲା ଆଉ ଏ କଥା ବି କହିଲା କି ପିୟୁଷ ସାଙ୍ଗରେ ଅଛି ତୁମେ ଚିନ୍ତା କରନି ମୁଁ ଠିକ ଅଛି | ଦୁହେଁ ସେଇ ଜଙ୍ଗଲ ରାସ୍ତାରେ ଚାଲିବାକୁ ଲାଗିଲେ ରାତି ବି ବଢ଼ିବାରେ ଲାଗୁଥାଏ ବହୁତ ବାଟ ଚାଲିବା ପରେ ପ୍ରୀତି ଥକି ପଡିଲା ଏହା ଦେଖି ପିୟୁଷ କହିଲା ତମେ ବହୁତ ଥକି ଗଲାଣି ଆଉ ଆଗକୁ ଚାଲି ପାରିବନି କିଛି ଦୂରରେ ଗୋଟେ GUST HOUSE ଅଛି ଆଜି ରାତିରେ ସେଠି ରହିଯିବା | ପ୍ରୀତି ବି ରାଜି ହେଇଗଲା GUST HOUSE ଯାଇ ଦେଖିଲେ ସେଠି ଗୋଟିଏ ROOM ଖାଲି ଅଛି ପ୍ରୀତି ପିୟୁଷ କୁ କହିଲା ତମେ ଚିନ୍ତା କରନି ଗୋଟିଏ ରାତିର ତ କଥା ମୁଁ ADJUST କରିନେବି ପିୟୁଷ ରାଜି ହେଇଗଲା ଆଉ 2 ଜଣ ଗୋଟେ ରୁମ ରେ ରହିଲେ 2 ଜଣଙ୍କ ଭିତରେ ଭଲ ବନ୍ଧୁତ୍ୱ ହେଇଯାଇଥିଲା 2 ଜଣ ଖାଇବା ମଗେଇଲେ ଆଉ ପିୟୁଷ ପ୍ରୀତିକୁ ଖୁଆଇ ଦେଲା ଏହା ଦେଖି ପ୍ରୀତି ବହୁତ ଖୁସି ହେଲା | ତା LIFE ରେ ଏମିତି ପୁଅ କେହି ଆସିନଥିଲେ ଯିଏ କି ତା ର ଏତେ CARE କରିବ | ସେ ତା LIFE ର ଏମିତି ଗୋଟେ ପୁଅ ଖୋଜୁଥିଲା ଆଉ ପିୟୁଷ କୁ ଦେଖିଲା ପରେ ସେ ତାକୁ ଭଲ ପାଇ ବସିଥିଲା କିନ୍ତୁ ଏ କଥା ପିୟୁଷ କୁ ଜଣା ନଥିଲା | ଦୁହେଁ ଖାଇ ଖାଇ ପି କଥା ବାର୍ତ୍ତା ହବାକୁ ଲାଗିଲେ ଆଉ ଶୋଇପଡିଲେ .ସକାଳୁ ଉଠି 2 ଜଣ ଘରକୁ ଯିବାପାଇଁ ବାହାରିଲେ |

ପ୍ରୀତି ର ମା ତା ROOM ସଫା କରୁଥିବା ସମୟ ରେ ତା ROOM ରୁ DAIRY ର ଫଡା ହେଇଥିବା ଗୋଟେ PAGE ପାଇଲେ ଆଉ ସେଥିରେ ପ୍ରୀତି ତା ମନ କଥା ଲେଖିଥିଲା | ସେ ଲେଖିଥିଲା କି ତାକୁ ଏମିତି ପୁଅ ଦରକାର ଯିଏ ତାର CARE ନଉଥିବ ,ତାକୁ ବହୁତ ଭଲପାଉଥିବ ଆଉ ତାର RESPECT କରୁଥିବ | ଯେବେ ତା ବାହାଘର ଠିକ ହେଲା ସେବେ ପ୍ରୀତି ସେ PAGE ଟା କୁ ଚିରି ଫିଙ୍ଗି ଦେଇଥିଲା | କିଛି ସମୟ ପରେ କବାଟ ବାଡେଇବା ଶବ୍ଦ ହେଲା ପ୍ରୀତିର ମା ଯାଇ କବାଟ ଖୋଲିଲେ ଆଉ ଦେଖିଲେ ପ୍ରୀତି ଆସିଛି ଆଉ ପ୍ରୀତି ସହ ଗୋଟେ ପୁଅ ବି ଅଛି ପ୍ରୀତି ତା ମା କୁ କହିଲା ମା ଏ ପିୟୁଷ ଏ କାଲି ମତେ ବହୁତ ସାହାଯ୍ୟ କରିଛନ୍ତି ସେ ଯଦି ନଥାନ୍ତେ ମୁ ଘରେ ପହଂଚି ପାରିନଥାନ୍ତି | ପ୍ରୀତି ମା ବହୁତ ଖୁସି ହେଲେ ଆଉ ପିୟୁଷ କୁ ବସିବାକୁ କହିଲେ | ପ୍ରୀତି କୁ ଭିତରକୁ ଡାକି କହିଲେ ଆଜି ମୁଁ ତୋ ROOM ସଫା କଲାବେଳେ ଏ PAGE ଟା ପାଇଲି ଆଉ ପଢ଼ିଲି ମଧ୍ୟ | ତୁ ମତେ ଆଗରୁ କାଁଇ କହିନଥିଲୁ ତୁ ଯାହାକୁ ପସନ୍ଦ କରିବୁ ମୁଁ ତା ସହ ତୋ ବାହାଘର କରିବି | ପ୍ରୀତି ତା ମା କୁ କହିଲା କି ପିୟୁଷ ତାକୁ ବହୁତ ପସନ୍ଦ ଆଉ ପିୟୁଷ ବି ବହୁତ ଭଲ ପିଲା | ତା ମା ତା କଥାରେ ରାଜି ହେଇଗଲେ ଆଉ ପିୟୁଷ ପାଖକୁ ଯାଇ ପ୍ରୀତି ପାଇଁ ତା ହାତ ମାଗିଲେ | ଏ ସବୁ ଦେଖି ପିୟୁଷ ବହୁତ ଖୁସି ହେଇଗଲା ସେ ବି ତ ଏୟା ଚାଁହୁଥିଲା

ପ୍ରୀତି କେବେ ଭାବିନଥିଲେ ତା ମନର ମଣିଷ ଏମିତି ଗୋଟେ ବସ ରେ ମିଳିଯିବ | ଯାହାକୁ ସେ ବର୍ଷ ବର୍ଷ ଧରି ଖୋଜୁଥିଲା | ଏମିତି ବି ହୁଏ ବନ୍ଧୁମାନେ ଯାହାକୁ ତୁମେ ବର୍ଷ ବର୍ଷ ଧରି ଖୋଜୁଥିବା ସେ ତମକୁ କେଜାଣି କେଉଁଠି ମିଳିଯିବ ଜାଣି ବି ହବନି |

ଆଶାକରୁଛି କାହାଣୀ ଟି ଆପଣମାନଙ୍କୁ କେମିତି ଲାଗିଲା କମେନ୍ଟ କରି ଜଣେଇବେ | ଯଦି ଆପଣ ମାନଙ୍କ ପାଖରେ କିଛି ଏମିତି Odia love story ଅଛି ତାହାଲେ ଆମକୁ Post କରନ୍ତୁ |

Tags

Related Articles

Leave a Reply

Your email address will not be published. Required fields are marked *

Back to top button
Close
Close