ମୁଁ ସୋନାଲି ମିଶ୍ର … ପାଠ ପଢା ପରେ ବାପାଙ୍କ ଅଫିସ ରେ CEO ଭାବେ Join କଲି | ସବୁଦିନ ଭଳି ସେଦିନ ଭି ଗାଧେଇ ପାଧେଇ ବାହାରିଲି 10 ଟା ବେଳକୁ ଅଫିସ .ବାଟରେ ବାପାଙ୍କୁ ଫୋନ୍ କରିବାରୁ ଜାଣିପାରିଲି କି Mobile ର ବାଲାନ୍ସ ସରିଯାଇଛି ବୋଲି ,ତାପରେ ମୁଁ ମୋ Driver କୁ କହିଲି କି Recharge ଦୋକାନ ଦେଖି ଆଗରେ ଗାଡି Side କର | Driver କୁ ପଇସା ଦେଲି ଓ କହିଲି ମୋ Recharge କରିଦେବା ଲାଗି |
ମୁଁ ଗାଡ଼ିରେ ବସିଥାଏ | ହଠାତ ଜଣେ କିଏ ଆସି ମୋ ଗାଡି Door Glass ରେ ନିଜ ମୁହଁ ଓ ଚୁଟି Size କରିବାକୁ ଲାଗିଲା | ଗାଡିର Door Close ଥିବାରୁ ସେ ଜାଣିବି ପାରିଲାନି ଯେ ଭିତରେ ମୁଁ ବସିଛି ବୋଲି | ତାକୁ ଦେଖି ମୁଁ ମନେ ମନେ ଭାବିଲି ଯେ କୁଆଡୁ କୁଆଡୁ ଲୋକ ସବୁ ପଳେଇ ଆସୁଛନ୍ତି ଟିକେ ସାଧାରଣ ଜ୍ଞାନ ବି ନାହିଁ କି ଗାଡି ଭିତରେ କିଏ ବସି ବି ପାରେ Atleast ଦେଖିବା କଥା ତ କାଳେ କିଏ ଗାଡି ଭିତରେ ବି ଥାଇପାରେ |
ଦେଖିବାକୁ ତ ଇଚ୍ଛା ନଥିଲା କିନ୍ତୁ ତା ଆଡକୁ ଦେଖିଲି ତ ଜାଣିପାରିଲି ପିଲାଟି ତା ପକେଟ ରୁ କିଛି ଫୁଲ କାଢି ଗଣିବାକୁ ଲାଗିଲା ,ଲାଗୁଥିଲା ତା ଗାର୍ଲଫ୍ରେଣ୍ଡ କୁ ଦେଖା କରିବାକୁ ଯାଉଛି |
ତ ମୋ ଉତ୍ସାହ ଆଉ ଟିକେ ବଢିଗଲା କାରଣ ମତେ ଲଭଷ୍ଟୋରୀ ଭଲ ଲାଗେ ସତ ହେଲେ ମୁଁ କେବେ କାହାକୁ ଭଲ ପାଇନଥିଲି ତେଣୁ .
ସେ ପିଲାଟି ମୋ ଗାଡି ଆଗ ଦେଇ 50 meter ଦୂରରେ ଯାଇଁ କାହା ସାଙ୍ଗେ କଥା ହେଲା | ସେ ଯାହା ସାଙ୍ଗରେ କଥା ହଉଥିଲା ତା ମୁହଁ ମତେ ଦେଖାଯାଉନଥିଲା ତେଣୁ ମୁଁ ବାସ ଦେଖୁଥାଏ | ପିଲାଟି ତାଙ୍କୁ ବହୁତ ମନେଇବାକୁ ଚେଷ୍ଟା କରୁଥାଏ ତା ପରେ ପିଲାଟି Road ଉପରେ ଆଣ୍ଠେଇକି ବସିପଡିଲା ଠିକ Propose କଲା ଭଳି | ହୁଏତ ସେ ମାନିଗଲେ ବୋଧେ |
ତା ପରେ ମୁଁ ହଠାତ ଚମକି ପଡିଲି କାରଣ ସେ ତା Girlfriend ନଥିଲେ | ସେମାନେ ଦୁଇଜଣ ବୟସ୍କ ବୃଦ୍ଧା ଥିଲେ ଲାଗୁଥିଲା ଯେମିତି ତାଙ୍କ ମା ବୟସ୍କ ର | ସେମାନଙ୍କ ଭିତରେ ଏତେ ଭଲ ପାଇବା ଦେଖି ମୁଁ ଆଶ୍ଚର୍ଜ୍ୟ ହୋଇଗଲି ଓ ମତେ ଭାରି ଖୁସି ଲାଗିଲା କାରଣ ଏମିତି ମୁଁ କେବେଳ କାହାଣୀ ରେ ହିଁ ଶୁଣିଥିଲି ହେଲେ ଆଜି ନିଜ ଆଖିରେ ଦେଖିଲି |
ଗାଡ଼ିରୁ ଓଲ୍ହେଇ ସେମାନଙ୍କର ପିଛା କରିବାକୁ ଲାଗିଲି ତା ଦେଖିଲି ସେମାନେ ଗୋଟିଏ ବୃଦ୍ଧା ଆଶ୍ରମ କୁ ଗଲେ | ମୁଁ ବି ତାଙ୍କ ପିଛା କରି କରି ଗଲି | ହଠାତ ଦେଖିଲି ପିଲାଟି ବୃଦ୍ଧା ଆଶ୍ରମ ରେ ସମସ୍ତଙ୍କୁ ବହୁତ ଭଲ ପାଉଥିଲା ଓ ବୃଦ୍ଧ ଆଶ୍ରମ ର ସମସ୍ତେ ସେ ପିଲାଟିକୁ ବି ବହୁତ ଭଲ ପାଉଥିଲେ |
ମନେ ମନେ ଭାବୁଥାଏ ଆଜିକାଲିର Facebook Whatsapp ଜମାନା ରେ ଏମିତି ପିଲା ମିଳିବା ଭାରି କଷ୍ଟ | ମନେ ମନେ ସେ ପିଲାକୁ ମୁଁ ଭାରି ପସନ୍ଦ କରୁଥାଏ ଏବଂ ପିଲାଟି ଦେଖିବାକୁ ବି କିଛି ଖରାପ ନଥାଏ ଠିକ ରାଜକୁମାର ଭଳି | ହଠାତ ସେ ପିଲା ବୃଦ୍ଧ ଆଶ୍ରମ ରୁ ବାହାରିଲା ମୁଁ ବି ବାହାରି ଆସିଲି | ପିଲାଟିର ପୁଣି ପିଛା କରିବାରୁ ଜାଣିପାରିଲି ପିଲାଟି ଗୋଟିଏ Book Store ରେ କାମ କରେ | ସେଦିନ ବାସ ଏତିକି କହି ମନକୁ ବୁଝେଇ ଦେଲି କି ” ପୁଣି ଦେଖା ହବ Handsome “.
ସେଦିନ ମୁଁ ଘରକୁ ଫେରିଲି | ରାତିସାରା ନିଦ ବି ହଉନଥାଏ କାରଣ ସେ ପିଲାଟିର ମୁହଁ ମୋ ଆଖି ଆଗରେ ନାଚି ଯାଉଥାଏ | ସତେ ଯେମିତି ଲାଗୁଥାଏ ମୋ ରାଜକୁମାର ମତେ ମିଳିଯାଇଛି | ହେଲେ କଣ କରିବି ଭାବି ଭାବି ସୋଇପଡିଲି ସେଦିନ |
ପରଦିନ ସକାଳୁ Ready ହେଇ Office ନଯାଇ ସେ Book Store କୁ ଗଲି ଓ ଦେଖିଲି ପିଲାଟି ସେଠି କିଛି ବହି ସଜାଡୁ ଥିଲା | ତାକୁ ଦେଖି ମୋ ଖୁସି କହିଲେ ନାସରେ | Book Store ଭିତରେ ମୁଁ ତାକୁ ଲୁଚି ଲୁଚି ଦେଖୁଥାଏ | କେମିତି ତା ସାଙ୍ଗେ କଥା ହେବି ଭାବୁଥାଏ ହେଲେ ସାହସ ହଉ ନଥାଏ | ତେଣୁ ସେଦିନ ପଳେଇ ଆସିଲି | ପୁଣି ରାତିସାରା ଖାଲି ତାରି କଥା ଭାବୁଥାଏ |
Next day ସକାଳୁ Book Store ଆଗରେ ଛିଡା ହୋଇଥାଏ | ବର୍ଷା ବି ହେଉଥାଏ | ହଠାତ ସେ ପୁଅ ବାହାରକୁ ଆସିଲା | Bag ବି ସାଙ୍ଗରେ ଥିଲା,ଲାଗୁଥିଲା କୁଆଡ଼କୁ ଯିବ ବୋଧେ | ପୁଅଟି ଆସି ମୋ ପାଖରେ ଠିଆ ହେଲା ଓ ମୋ ଆଡକୁ ଦେଖି ପଚାରିଲା କି Madam ବର୍ଷା ବହୁତ ଜୋରରେ ହଉଚି ଆପଣ କେମିତି ଯିବେ ଛତା ବି ଆଣି ନାହାନ୍ତି | ମୁଁ କହିଲି କି ମୋ ଗାଡି ଅଛି ମୁଁ ଚାଲିଯିବି | Thanks ପଚାରିଥିବାରୁ btw ମୁଁ ସୋନାଲି ଆଉ ଆପଣ ??? ପିଲାଟି ମୋ ମୁହଁକୁ ଚାହିଁ କହିଲା ମୁଁ Raj | ମୁଁ ଏ Bookstore ରେ କାମ କରେ | ମୁଁ କହିଲି ତାହାଲେ ଠିକ ଅଛି ମୋର ଯେତେବେଳେ Book ଦରକାର ହବ ମୁଁ ଆପଣଙ୍କୁ କହିବି | ଏମିତି କିଛି ସମୟ କଥାବାର୍ତା ହେଲୁ ତାପରେ ସେ ତାଙ୍କ ବାଟରେ ଓ ମୁଁ ଘରକୁ ଆସିଲି |
ଏଠୁ ହେଲା ଆମ Hero ଆଉ ମୋର 1st କଥା ବାର୍ତା | ସେଦିନ ରାତିରେ ମୁଁ ବହୁତ ଖୁସି ଥାଏ | ତା ପରଦିନ ଭଲ Dress ଗୋଟେ ପିନ୍ଧି ଚାଲିଲି Book Store ହିରୋ କୁ Impress କରିବାକୁ | ଆଗ ଦିନଭଳି ମୁଁ ଲୁଚି ଲୁଚି Raj କୁ ଦେଖୁଥାଏ ହଠାତ ସେ ମତେ ଦେଖିଦେଲେ ଓ ଜାଣିପାରିଲେ ଯେ ମୁଁ ତାଙ୍କୁ ଦେଖୁଚି ବୋଲି ଓ ହସି ଦେଲେ, ତାଙ୍କ ହସ ଦେଖି ମୁଁ ବି ଲାଜରେ ହସିଦେଲି | ତା ପରେ କଥା ବାର୍ତା ଓ Phone Number ଦିଆ ନିଆ |
ସେବେଠାରୁ ମୁଁ ସବୁଦିନ ସଖାଳେ Bookstore ଯାଏ Raj କୁ ଦେଖା କରିବାକୁ | ମୋର ଗାଡି ଥିବା ସତ୍ୱେ ବି ମୁଁ ତାଙ୍କ ସହ ଏକା ବୁଲି ବାକୁ ଭଲପାଏ କାରଣ ରାଜଙ୍କୁ ଟିକେ ବି Idea ନଥଏ ମୁଁ କିଏ ଓ ମୋ ଘର Background କଣ ???
ମୁଁ ମନେ ମନେ ଭାବିଥାଏ 2 ଦିନ ପରେ ମୋ Birthday ରେ ରାଜଙ୍କୁ ଘରକୁ ଡାକିବି ଓ ସେ ଆପେ ଆପେ ହିଁ ଜାଣିଯିବେ ସବୁ ମୋ ଘର , ମୋ ବାପା ମା , ଓ ଘର ବିଷୟରେ |ଆଜି ମୋ ଜନ୍ମଦିନ | ସମୟ ରାତି 7.pm ହୋଇଥଏ | ମୁଁ ପାଗଳ ଭଳି ଅପେକ୍ଷା କରିଥାଏ Raj କେତେବେଳେ ଆସିବେ ବୋଲି | ଶେଷରେ Raj ଆସିଲେ | ଓ ତାଙ୍କ ସାଙ୍ଗରେ ଆଣିଥିବା ଫୁଲ ତୋଡ଼ାଟି ମୋ ହାତକୁ ବେଢ଼େଇ ଦେଇ କହିଲେ “Happy Birthday Sonali ” ଆଉ ମୁଁ କହିଲି Thankyou Raj |
ଏହା କହିଦେଇ ମୁଁ Raj nku ମୋ ମାଙ୍କ ପାଖକୁ କରିବାକୁ ନେଇଗଲି ଓ କହିଲି ମା ଇଏ Raj ,ମୋ Friend,ତୁମେ 2 ଜଣ କଥା ହୁଅ ମାଂକୁ କହି ମୁ ଅଲଗା ଆଡକୁ ଚାଲିଗଲି |
ମା ରାଜଙ୍କୁ ପଚାରିଲେ ବାପା ତମେ କେତେ ଭାଇ ଭଉଣୀ ତୁମ ଘରେ ,Raj କହିଲେ ମୁଁ ଏକା Anty ମୋର କେହି ଭାଇ ଭଉଣୀ ନାହାନ୍ତି| ମା ପୁଣି ପଚାରିଲେ କି ତମ ବାପା କଣ କରନ୍ତି ??? Raj : ମୋ ବାପା ମା ନାହାନ୍ତି Anty ମୁଁ ଜଣେ ଅନାଥ ଓ ଛୋଟ ବେଳୁ ମୁଁ ଅନ୍ନାଥ ଆଶ୍ରମ ରେ ବଢି ଆସିଛି | ଏହା ଶୁଣି ମୋ ମାଙ୍କ ମୁହଁ ଶୁଖିଗଲା | ସେହି ସମୟରେ ମୋ ବାପା ଆସିଲେ ଓ ମାଙ୍କୁ ପଚାରିଲେ ଇଏ କିଏ ବୋଲି ??? ଓ ମା ସବୁକଥା କହିଲେ ହେଲେ ବାପା ରାଜଙ୍କୁ ଗୋଟେ ଅନାଥ ବୋଲି ପସନ୍ଦ କଲେନି | ଓ ସେଠାରୁ ଚାଲିଗଲେ | ମା Raj nku କହିଲେ ସୋନାଲି ର ବାପାଙ୍କ କଥା ଧରିବନି ସେ ସେମିତି ଲୋକ | ଓ କହିଲେ ଚାଲ Cake କାଟିବାକୁ ଯିବା |
Raj ମାଙ୍କୁ କହିଲେ କି Anty ତୁମେ ଯାଅ ମୁଁ ଆସୁଛି | ବାପାଙ୍କ କଥା Ranj nku ବହୁତ କଷ୍ଟ ଦେଇଥିଲା ତେଣୁ ସେ ସେଠାରୁ କାହାକୁ କିଛି ନକହି ଚାଲିଗଲେ |ବହୁତ ସମୟ ଅପେକ୍ଷା କରିବା ପରେ Raj ନାସିବାରୁ ମୁଁ ଦେଖେ ତା ସେ ସେଠାରୁ ଚାଲି ଯାଇଛନ୍ତି | ମତେ ଭାରି କଷ୍ଟ ଲାଗିଲା | ମୁଁ ତାଙ୍କୁ ଫୋନ କରିବାକୁ ବି ଚେଷ୍ଟା କଲି ହେଲେ ତାଙ୍କ Phone Switch Off ଆସୁଥାଏ | ରାତିସାରା ମୁଁ ତାଙ୍କୁ Call କଲି ହେଲେ ତାଙ୍କ Phone SwitchOff.
ତା ପରଦିନ ସକାଳୁ ଗୋଟେ ଫୁଲତୋଡ଼ା ନେଇ ମୁଁ ସବୁଦିନ ଭଳି Book Store ଗଲି ଆଉ Raj କୁ ଦେଖି ଦୁଃଖରେ ପଚାରିଲି କି ତୁମେ କାଲି କଣ ପାଇଁ ଚାଲି ଆସିଲ ସେଠୁ, ବହୁତ Call କଲି ହେଲେ ତୁମ Phone SwitchOff. Raj ଚୁପ ରହିଲେ କିଛି କହିଲେନି |
ସେଠୁ ମୁଁ ରାଜଙ୍କ ହାତକୁ ଧରି କହିଲି କି କଣ ପାଇଁ ଏମିତି ଚୁପ ??? ମୁଁ କଣ କଲି ତୁମର ??? ଯେବେଠୁଁ ତୁମକୁ ଦେଖିଚି ସେବେଠୁ ତୁମଲାଗି ପାଗଳ ହୋଇଯାଇଛି | ପ୍ରଥମ ଦେଖାରୁ ହିଁ ତୁମକୁ ଭଲ ପାଇ ବସିଛି Raj | I love You Raj | ତୁମେ ମୋ ସହ ସାରା ଜୀବନ ରହିବ ???
Raj :-ମୁଁ ତମକୁ ଭଲ ପାଏନି ସୋନାଲି ତୁମେ Please ଚାଲି Jao ଏଠୁ ଏହା କହି Raj ପଳେଇଲେ ସେଠୁ | ମୋ ଆଖି ଲୁହରେ ଛଳ ଛଳ ହେଇଗଲା | ମୁଁ ଜାଣିଥିଲି Raj ବି ମତେ ସେତିକି ଭଲ ପାନ୍ତି ଯେତିକି ମୁଁ ଭଲ ପାଏ ତାଙ୍କୁ କିନ୍ତୁ କେଜାଣି କଣ ପାଇଁ ସେ ମୋତେ ଏମିତି କହିଲେ ??? ସେଠୁ ମୁଁ କାନ୍ଦି କାନ୍ଦି ଘରକୁ ପଳେଇ ଆସିଲି |
ରାତିରେ Rajnka Phone କୁ Call କଲି ତ ତାଙ୍କ Mobile Switchoff ଥିଲା | ପରଦିନ ସଖାଳୁ BookStore ଯାଇ ଦେଖେ ତ ରାଜ ନାହାନ୍ତି ସେଠି | ପଚାରିବାରୁ ଜାଣିବାକୁ ପାଇଲି Raj ସେଠୁ Job ଛାଡି ଦେଇଛନ୍ତି | ଏ କଥା ଶୁଣି ମୋ ମୁଣ୍ଡ କାମ କରୁ ନଥାଏ | କଣ କରିବି କିଛି ଭାବି ପାରୁ ନଥାଏ | ସେଠୁ ମୁଁ ସିଧା ଵୃଦ୍ଧାଶ୍ରମ ଗଲି ଭାବିଲି କାଳେ ସେ ସେଠି ଥିବେ ଭାବି ହେଲେ ସେଠି ମୁଁ ତାଙ୍କୁ ପାଇଲିନି | ସେଠୁ ଫେରିଲା ବେଳେ ମୁଁ ସେଇ ବୁଢ଼ୀ ଲୋକକୁ ଦେଖିଲି ଯାହାଙ୍କୁ ମୁଁ ସବୁଠାରୁ ଆଗେ ଦେଖିଥିଲି Raj nka ସହ 1st ଦେଖାରେ |
ସେ ବୃଦ୍ଧ ଜଣଙ୍କୁ ମୁଁ କିଛି ପଚାରିବା ପୂର୍ବରୁ ସେ ମତେ ତାଙ୍କ ନିଜ ଆଡୁ ଆଗେ କହିଲେ ତୁ ସୋନାଲି ନାଁ ??? ମୁଁ କହିଲି ହଁ , ତାପରେ ସେ କହିଲେ ତୁ ଠିକ ଦେଖିବାକୁ ସେମିତି ସୁନ୍ଦର ଯେମିତି raj କହୁଥିଲା | ତାପରେ ମୁଁ ପଚାରିଲି Raj କୋଉଠି ସେ କହିଲେ Raj ଵୃଦ୍ଧାଶ୍ରମ ଛାଡି ଦେଇ ତାଙ୍କ ଗାଁକୁ ପଳେଇଚି,ଆଉ ମା ଗୋଟେ କଥା ଜାଣିଚୁଁ ସେ ଛୋଟବେଳୁ ଅନାଥ ଆଉ ସେ ତା ଦାଦାଙ୍କ ଘରେ ଛୋଟ ବେଳୁ ରହି ଆସିଛି | ତୋ ଜନ୍ମ ଦିନରେ ତୋ ବାପାଙ୍କ କଥା ତାକୁ ବହୁତ କଷ୍ଟ ଦେଲା | ସେ ବି ତତେ ପସନ୍ଦ କରେ | ହେଲେ ସେ କହିଲା ସେ କଲେ ତୋ ପାଇଁ ଯୋଗ୍ୟ ନୁହିଁ ଆଉ ସେ ତତେ କେବେ ବି ଖୁସି ରେ ରଖି ପାରିବ ନାହିଁ | ସେଥିଲାଗି ସେ ସବୁକିଛି ଚଡି ଆଜି ଗାଁକୁ ପଳେଇଚି | ଏହା ଶୁଣି ମୋ ଆଖିରୁ ଧାର ଧାର ଲୁହ ବାହାରିପଡିଲା ଓ ମୁଁ ସେଠୁ ଘରକୁ ଫେରି ଆସିଲି |
ଏହା ଭିତରେ 7 ମାସ ବିତି ଯାଇ ଥାଏ |
ମୁଁ Raj , ମୁଁ ଆଜି 7 ମାସ ପରେ ପୁଣି ସହର ଯାଉଛି |
ଟ୍ରେନ୍ରୁ ଓଲ୍ହେଇ ମୁଁ ସିଧା ଵୃଦ୍ଧାଶ୍ରମ ଯାଇ ଦେଖେ ତ କିଏ ଜଣେ ଝିଅ ସେମାନଙ୍କ ସହ ବେସ ହସ ଖୁସିରେ ଅଛି ଓ ସେମାନଙ୍କର ବହୁତ ଯତ୍ନ ବି ନେଉଛି |
ଯେବେ ସେ ଝିଅ ର ମୁହଁ ଦେଖିଲି , ସେ ଆଉ କେହି ନୁହଁ ସୋନାଲି ଥିଲା | ସେଠି କାହାକୁ ବି ଦେଖା ନକରି ତାପରଦିନ Bookstore ଯାଇ ଦେଖେ ତ ସୋନାଲି ସେଠି ବି କାମ କରୁଥାଏ ମୋ ଭଳି ଆଉ ସବୁ ଜିନିଷ ଖୁବ ଭଲସେ ସମ୍ଭାଳୁ ଥାଏ | ଏହା ଦେଖି ମତେ ଆଶ୍ଚର୍ଜ୍ୟ ଲାଗୀତା ସତ ଓ ମୁଁ ମାନେ ମାନେ ଭାବିଲି ସୋନାଲି ଏଏସବୁ କଣ ପାଇଁ କରୁଛି ଯେତେବେଳେ ସେ କୋଟ କୋଟି ଟଙ୍କାର ମାଲିକାଣି ???
କତା ପରେ ଜାଣିବାକୁ ପାଇଲି ଯେ ସୋନାଲି ତା ଘର ଚଡି ଦେଇଛି ଓ ମୁଁ ଯେବେଠୁଁ ଗାଁ କୁ ଯାଇଛି ସୋନାଲି ବୃଧାଶ୍ରମ ଠୁ ଆରମ୍ଭକରି Book Store ରେ କାମ କରି ସମସ୍ତଙ୍କର ବହୁତ ଚରେ ମଧ୍ୟ ନଉଛି |
ତାପରେ ସୋନାଲି ଆଉ ମୋର ଦେଖା ହେଲା | ସୋନାଲି କି ମୁଁ ଆଉ ସୋନାଲି ମତେ ଦେଖି ଦୁହିଁ ଦୁହିଁଙ୍କ ଆଖିରୁ ଧାର ଧାର ଲୁହ ବହିପଡିଲା |
ତାପରେ ସୋନାଲି ମତେ ଗୋଟେ କଥା ପଚାରିଲା କି ବାବୁ ଏବେ ଆପଣ ମତେ ଖୁସିରେ ରଖି ପାରିବେ ନା ନାହିଁ ??? ମୁଁ ହସିକି କହିଲି ହଁ | ୟାକୁ କହନ୍ତି ପ୍ରକୃତ ଭଲ ପାଇବା | ଆଶାକରୁଛି କାହାଣୀ ଟି ଆପଣମାନଙ୍କୁ କେମିତି ଲାଗିଲା କମେନ୍ଟ କରି ଜଣେଇବେ | ଯଦି ଆପଣ ମାନଙ୍କ ପାଖରେ କିଛି ଏମିତି Odialovestory ଅଛି ତାହାଲେ ଆମକୁ Post କରନ୍ତୁ |