LOVE STORY

ଆଶିଷ ଓ ମାନିନୀ ଦୁଇଟି ଭିନ୍ନ ବ୍ୟକ୍ତିତ୍ୱ ର ପ୍ରେମ କାହାଣୀ

ଦୁନିଆରେ ବହୁତ ପ୍ରକାର ନିଶା ଅଛି |ଆଉ ସେ ସବୁ ଠାରୁ ବଡ଼ ନିଶା ହେଲା ପ୍ରେମ ନିଶା| ଆଉ ଏଇ ପ୍ରେମର ସବୁଠାରୁ ବଡ କଥା ହେଲା ଏ ନିଶା ର ମେଡିସିନ ପ୍ରେମ ନିଜେ |

ଏ ପ୍ରେମ କାହାଣୀ ହେଉଛି ଆଶିଷ ଆଉ ମାନିନୀ ର |

ଆଶିଷ ଗୋଟେ Collage Student ଥିଲା,ବହୁତ ଭଲ ପାଠ ବି ପଢେ ହେଲେ କିଛି ଭୁଲ୍ ଲୋକଙ୍କ ସହ ମିଶି ସେ ଭୁଲ୍ ବାଟରେ ଚାଲିଯାଇଥିଲା ତାକୁ ନିଶା ର ଅଭ୍ୟାସ ହେଇଯାଇଥିଲା |

ମାନିନୀ ଗୋଟେ ଏମିତି ଝିଅ ଯିଏ ଭୁଲ୍ ବାଟକୁ ଚାଲି ଯାଇଥିବ କି ନିଶା Addicted ହେଇଯାଇଥିବ ତାକୁ କେମିତି ଠିକ୍ ବାଟକୁ ଆଣିଵା ଆଉ ଗୋଟେ ଭଲ ମଣିଷ କରି ଗଢି ତୋଳିବା ହେଉଛି ତା କାମ |

ଏମିତି ଦୁଇଟି ଭିନ୍ନ ବ୍ୟକ୍ତିତ୍ୱ ଭିତରେ କଣ ପ୍ରେମ ସମ୍ଭବ? ହଁ ସମ୍ଭବ |

ଆଶିଷ ଯେଉଁ Collage ରେ ପଢୁଥିଲା ସେ Collage ବହୁତ ପିଲା ଏମିତି ଥିଲେ ଯିଏ ବହୁତ ପଇସା ଵାଲା ଘରର ପିଲା | ସେ ପଇସାକୁ ସେମାନେ ଖରାପ କାମରେ ଲଗାଉଥିଲେ ଯେମିତିକି ନିଶା ସେବନ କରିବା |ଏ ସବୁ କାମ ଦେଖି Collage ର Principal ବହୁତ ବ୍ୟସ୍ତ ହୋଇପଡିଲେ ଆଉ ସେ ଏମିତି ଗୋଟେ Teacher କୁ ନିଯୁକ୍ତି କରିବାକୁ ଚାଁହୁଥିଲେ ଯିଏ ଏଇ ସବୁ ପିଲାଙ୍କୁ ଠିକ୍ ବାଟ କୁ ଆଣିପାରିବ |ସେଥିପାଇଁ ସେ ମାନିନୀ ନାମକ ଏକ Teacher କୁ ନିଯୁକ୍ତି କଲେ |ମାନିନୀ ବହୁତ ଏମିତି ପିଲାଙ୍କୁ ଭଲ ବାଟ କୁ ନେଇଆସିଛି |Principal ନିଶା ସେବନ କରୁଥିବା ସବୁ ପିଲାଙ୍କ ନାଁ ମାନିନୀକୁ କହିଲେ | ଆଉ Principal ସମସ୍ତ ପିଲାଙ୍କୁ Pion ହାତରେ ଡକେଇପଠେଇଲେ | ସବୁ ପିଲା Principal ଙ୍କ ଚାମ୍ବର କୁ ଆସିଲେ ତାଙ୍କ ଭିତରେ ଆଶିଷ ବି ଥିଲା |ଆଉ Principal ଖାସ୍ କରି ମାନିନୀ କୁ ଆଶିଷ ବିଷୟରେ କହିଥିଲେ କି ସେ ହେଉଛି Collage Champion .କିଛି ଭୁଲ୍ ପିଲାଙ୍କ ସହ ମିଶି ସେ ଭୁଲ ବାଟକୁ ଚାଲିଯାଇଛି ତାକୁ କେମିତି ଠିକ୍ ବାଟ କୁ ଆଣିବା | Principal ମାନିନୀକୁ ସମସ୍ତଙ୍କ ସହ ପରିଚୟ କରେଇଲେ |ଆଉ ତା ପରେ ମାନିନୀ ସେମାନଙ୍କ ସହ କଥା ହେଲା କିନ୍ତୁ ସେ ପିଲାମାନେ ମାନିନୀକୁ ଖରାପ ବ୍ୟବହାର କରିଲେ ଆଉ ମାନିନୀ ରାଗିଯାଇ କହିଲା ନା ମୁଁ ତୁମ Classmate ନା friend ମୁଁ ତୁମମାନଙ୍କର Life coach ତ ମୋ ସହ କଥା ବାର୍ତ୍ତା ଠିକ୍ ସେ କର |

ଆଶିଷ ରାଗିଯାଇ କହିଲା କି ଆଜି ପର୍ଯ୍ୟାନ୍ତ ଆମକୁ କେହି ବଦଳେଇ ପାରିନାହାନ୍ତି ଏମିତି ବହୁତ Teacher ଆସିଛନ୍ତି ଆଉ ଯଇଛନ୍ତି ତମେ ବି ଦିନେ ଯିବ ଆମେ ଆମ ଇଛା ଯାହା କରିବୁ ତମେ ଆମକୁ ଅଟକେଇ ପାରିବନି |ତା ପରେ ସମସ୍ତେ ଚାଲିଗଲେ |

ଏମିତି ଦିନେ ସମସ୍ତେ Leat night ପର୍ଯ୍ୟନ୍ତ party କରୁଥିଲେ police ଖବର ପାଇ ସେଠିକୁ ଆସିଲା କିନ୍ତୁ ମାନିନୀ Collage Party ହଉଛି ବୋଲି ମିଛ କହି ପୋଲିସ କୁ ସେଠୁ ପଠେଇଦେଲା ଆଉ ସମସ୍ତଙ୍କୁ କହିଲା ଯେମିତି ଆଗକୁ ଆଉ ଏମିତି ଭୁଲ୍ ନ ହୁଏ |

ତା ପର ଦିନ ମାନିନୀ ଆଶିଷ ର ଘରକୁ ଗଲା ଆଉ ତା ମାଆ ଙ୍କ ସହ କଥା ହେଲା ଆଉ ତା ମାଆ ମାନିନୀକୁ ସବୁକଥା କହିଲେ |ପିଲାଦିନୁ ସେ ବାପ ଛେଉଣ୍ଡ ଆଉ ମୁଁ ତାକୁ ସମୟ ଦେଇପାରିଲିନି ତା ଯତ୍ନ ନେଇପାରିଲିନି ନିଜ କାମରେ ସବୁବେଳେ ବ୍ୟସ୍ତ ରହିଲି ଆଉ ତାକୁ ଯାହା ଦରକାର ହେଲା ପଇସା ଧରେଇଦେଲି କେବେ ବି ବୁଝିଲିନି ସେ ପଇସା ନେଇ କଣ କରୁଛି |ମୋ ଭୁଲ୍ ପାଇଁ ଆଜି ସେ ଅବାଟକୁ ଚାଲିଯାଇଛି |ମ୍ୟାଡମ ଆପଣ ଚାହିଁଲେ ମୋ ପୁଅ ପୁଣି ଭଲ ବାଟକୁ ଫେରିଆସିବ ଏମିତି କହି ତା ମାଆ ମାନିନୀକୁ ଅନୁରୋଧ କଲେ |ଆଉ ମାନିନୀ ବି ତାଙ୍କୁ କଥା ଦେଲା କି ସେ ଆଶିଷ କୁ ନିଶ୍ଚୟ ଭଲ ବାଟକୁ ଫେରିଆଣିବ |ସେଇ ସମୟରେ ଆଶିଷ ଆସି ପହଞ୍ଚି ଗଲା ଆଉ ମାନିନୀକୁ ବହୁତ ଅପମାନିତ କଲା କି ତମେ ଆମ ଘରକୁ କାଇଁ ଆସିଛ ତମେ ଏଠି କୁ ବି ପ୍ରବଚନ ଦେବାପାଇଁ ଆସିଛ ଏମିତି ଅନେକ କଥା ସେ ମାନିନୀକୁ କହିଲା ତଥାପି ମାନିନୀ ତା କଥାକୁ ଖରାପ ନ ଭାବି ତାକୁ କେମିତି ଭଲ ବାଟକୁ ଆଣିବ ଚିନ୍ତା କଲା ଆଉ ସେ ତା ଘରୁ ଚାଲିଆସିଲା |

ମାନିନୀ ଚୁପ ହେଇ ବସିଲାଣି ସେ କେମିତି କୋଉ ବାଟରେ ଆଶିଷ କୁ ତା ଖରାପ ସାଙ୍ଗ ମାନଙ୍କ ଠାରୁ ଅଲଗା କରିବ ଆଉ ତାକୁ ଭଲ ବାଟକୁ ଆଣିବ ଏମିତି ସେ ରାତିସାରା ଚିନ୍ତା କଲା |

ତା ପର ଦିନ ସକାଳୁ ସେ ଆଶିଷ ର ବହୁତ ଘନିଷ୍ଠ ସାଙ୍ଗ ଦୁଇଜଣ ଙ୍କୁ ଡାକିଲା ଆଉ ତାଙ୍କୁ ବହୁତ ଡ଼ରେଇଲା କି ତମ Carer ବର୍ବାଦ କରିଦେବି ଯଦି ତମେ ସବୁ ସତ ନ କହିବ |ସେମାନେ ନିଜକୁ ବଞ୍ଚେଇବାକୁ ଯାଇ ସବୁ ଦୋଷ ଆଶିଷ କୁ ଦେଲେ ସେମାନେ କହିଲେ କି ନିଶା ଜିନିଷ ଆଶିଷ ଆଣି ଆମକୁ ଦେଲା ଆଉ Collage କୁ ବି ନିଶା ଜିନିଷ ସେ ହିଁ ଆଣେ ଆମେ ସେ ବିଷୟରେ କିଛି ଜାଣିନୁ |ମାନିନୀ ସେ ସବୁ କଥାକୁ ଚାଲାକ ର ସହ Recording କରି ଆଶିଷ କୁ ଦେଖେଇଲା ଆଉ ଆଶିଷ ଦେଖି ବହୁତ ଭାଙ୍ଗି ପଡିଲା |ଆଉ କହିଲା ଏମାନଙ୍କୁ ମୁଁ ମୋ ର ସବୁଠୁ ଭଲ ସାଙ୍ଗ ଭାବୁଥିଲି ସବୁ ପଇସା ମୁଁ ଏମାନଙ୍କ ଉପରେ ଉଡେଇଛି ଏମାନଙ୍କ ପାଇଁ ଆଜି ମୁଁ ବର୍ବାଦ ହେଇଛି ଆଉ ଆଜି ସେମାନେ ମତେ ସବୁ ଦୋଷ ଦେଇଦେଉଛନ୍ତି |ଆଶିଷ ବହୁତ କାନ୍ଦିଲା |ମାନିନୀ ଆଶିଷ କୁ ବୁଝେଇଲା ଆଉ ସେମାନଙ୍କ ଠାରୁ ଦୂରେଇ ରହିବାକୁ କହିଲା |

କହିଲା କି ଏବେବି ଡେରି ହେଇଯାଇନି ତୁମେ ଚାହିଁଲେ ପୁଣି ଭଲ ମଣିଷ ହେଇପାରିବ |ମୁଁ ତୁମ ସାଙ୍ଗରେ ଅଛି |

ମାନିନୀର ଚାଲି ଚାଳନ ଆଉ ତା ସୁନ୍ଦରତା ତା Care ଦେଖି ଆଶିଷ ଧୀରେ ଧୀରେ ମାନିନୀକୁ ପସନ୍ଦ କରିବାକୁ ଲାଗିଲା ଆଉ ତାକୁ ଜୀବନ ସାଥି କରିବାକୁ ଚାଁହୁଥିଲା |ଆଉ ସେ ଏ ସବୁ କଥା ମାନିନୀକୁ ବି କହିଲା ହେଲେ ମାନିନୀ ସେ ସବୁକୁ ଆଶିଷ ର ପିଲାଳିଆମୀ ଭାବି ଆଡେଇ ଦେଲା |

ଦିନେ ମାନିନୀ Collage ରୁ ଘରକୁ ଫେରୁଥିଲା ଫେରିବା ବାଟରେ ସେ ଆଶିଷ କୁ ବେହୋସ ଅବସ୍ଥାରେ ରାସ୍ତାରେ ପଡିଥିବାର ଦେଖିଲା | ତା ପାଖକୁ ଦୋୖଡିକି ଗଲା ଆଉ ତାକୁ ଉଠେଇ ତା ଘରକୁ ନେଇଗଲା ସେଠି ସେ ତାକୁ ଭଲରେ Care କରି ତାକୁ ସୁସ୍ଥ କଲା ହେଲେ ଆଶିଷ ନିଶା ନ ପାଇଁ ପାଗଳ ଭଳି ହେବାକୁ ଲାଗିଲା ସେ ମାନିନୀକୁ ବହୁତ ଅନୁରୋଧ କଲା କି ମତେ ଥରେ ଖାଲି ନିଶା ଦେଇଦିଅ |ମାନିନୀ ରାଜି ହେଇଗଲା ଆଉ ତାକୁ ତା ସାଙ୍ଗରେ ଯିବା ପାଇଁ କହିଲା ମାନିନୀ ତାକୁ ଗୋଟେ ଜାଗାକୁ ନେଇଗଲା ଆଶିଷ ପଚାରିଲା ତମେ ତ କହିଲ ମତେ ନିଶା କିଣି ଦବ ବୋଲି ଆଉ ମତେ ଏଠି କୁ କୁଆଡେ ଆଣିଲ |ମାନିନୀ ଗୋଟେ ଲୋକ କୁ ଦେଖେଇଲା ଆଉ ଲୋକଟି ପାଗଳ ହେଇଯାଇଥିଲା ମାନିନୀ କହିଲା ଦିନେ ଇଏ ବି ତୁମପରି ଥିଲା ଆର ବି ପରିବାର ଥିଲା ଆଉ ଆଜି ତା ପାଖରେ କେହି ନାହାନ୍ତି ସବୁ ଏ ନିଶା ପାଇଁ |

ଏହା ଦେଖି ଆଶିଷ ସେଠୁ ଚାଲିଆସିଲା ଆଉ କହିଲା କି ମୁଁ ଆଉ ନିଶା ନେବିନି କେବେବି |ମୁଁ ଭଲ ମଣିଷ ହେବି |ତା ପରେ ଆଶିଷ ସବୁ ନିଶା ଛାଡିଦେଲା |ସେ ମାନିନୀ ସହ ତା ଘରେ ରହୁଥାଏ ଏମିତି ଏକାଠି ରହିବା ଭିତରେ ମାନିନୀ ବି ଆଶିଷ କୁ ଭଲପାଇ ବସିଲା ହେଲେ ସେ ତା ମନ କଥା ଆଶିଷ ଠାରୁ ଲୁଚେଇକି ରଖିଲା |

କିଛି ଦିନ ଗଲାପରେ Collage ରେ Function ଥିଲା ଆଉ ଆଶିଷ ସେ Function ତାର ବିତିଥିବା କଥା ସବୁ କହିଲା ସେ କେମିତି ଥିଲା ଆଉ ଆଜି କଁ ଅଛି ସବୁ କିଛି ମାନିନୀ ପାଇଁ |Function ସରିଲା ପରେ ମାନିନୀକୁ ଆଶିଷ ବହୁତ ଖୋଜିଲା ହେଲେ ପାଇଲାନି |ଏମିତି ଖୋଜି ଖୋଜି ଶେଷରେ ମାନିନୀକୁ ଟାକ୍ସିରେ ବସିଥିବାର ଦେଖିଲା ଆଉ ଦୌଡ଼ି କି ତା ପାଖକୁ ଗଲା ଆଉ କହିଲା ମୁଁ ତୁମକୁ ବହୁତ ଭଲପାଇ ତୁମ ସହ ସାରା ଜୀବନ ରହିବାକୁ ଚାଁହୁଛି |ମାନିନୀ କହିଲା ମୁଁ ତୁମଠାରୁ ବୟସରେ ବଡ଼ ଆଉ ଏ ସମାଜ କଣ କହିବ ତୁମ ମୋ ସମ୍ପର୍କ କୁ ନେଇ |ଆଉ ତୁମ ମାଆ କଣ ଆମ ସମ୍ପର୍କକୁ ଗ୍ରହଣ କରିବେ |ଆଶିଷ କହିଲା ଆଜି ତୁମେ ଯିବାକୁ ଚାଁହୁଛ ତ ଯାଅ ମୁଁ ଅଟକେଇବିନି ଯେବେ ମୁଁ ନିଜ ଗୋଡ଼ରେ ଛିଡା ହେଇଯିବି ଆଉ ତୁମ ପାଇଁ ଯୋଗ୍ୟ ହେଇଯିବି ସେତେବେଳେ ତୁମକୁ ମୋର ହେବାକୁ କେହିଅଟକେଇ ପାଇବେନି ନା କୋଉ ସାମଜ ନା ଆଉ କିଏ |

ଏମିତି ଥିଲା ଦୁହିଁଙ୍କର ଭଲ ପାଇବା ଭଲ ତ ଦୁହେଁ ଦୁହିଁଙ୍କୁ ପାଉଥିଲେ ହେଲେ ସମାଜ ର ଡର ତାଙ୍କୁ ଏକ ହବାକୁ ଦେଲାନି |

Also Read :-Radha O Mohanara Prema Kahani Part 1

Related Articles

Leave a Reply

Your email address will not be published. Required fields are marked *