Monday, July 13, 2020
Home LOVE STORY Odia Love Story-ପ୍ରିୟା ଓ ନିଖିଳ ର ପ୍ରେମ କାହାଣୀ -True Odia Love Stories

Odia Love Story-ପ୍ରିୟା ଓ ନିଖିଳ ର ପ୍ରେମ କାହାଣୀ -True Odia Love Stories

ବାରିପଦା ବୋଲି ଗୋଟେ ଗାଁ ରେ ଗୋଟେ ଝିଅ ରହୁଥିଲା ନାଁ ତାର ପ୍ରିୟା ତା ବାପା ମାର ସେ ଗୋଟିଏ ବୋଲି ଝିଅ ଥିଲା ପିଲାଦିନୁ ବହୁତ ଗେଲବସରରେ ବଢିଆସିଛି ପ୍ରିୟା ତା ବାପା ମା ତାର ସବୁ ଜିଦି ପୁରାଣ କରନ୍ତି ଯେତେବେଳେ ଯାହା କହିଲା ତାକୁ ଆଣି ଦିଅନ୍ତି | ଝିଅଟି କୁ କେବେବି କେହି କିଛି କୁହନ୍ତିନି | ସେ କାହାକୁ ବି ଡରେନି ସେ ତା life ରେ ୩ ଜଣ ଙ୍କୁ ବହୁତ ଭଲ ପାଉଥିଲା ସେ ହେଲେ ତା ବାପା ,ମା ଆଉ ତା ସାଙ୍ଗ | ପ୍ରିୟା ତା friendship କୁ ପୁରା ମନରୁ ଲିଭାଉଥିଲା love ତାକୁ ପସନ୍ଦ ନୁହେଁ କିନ୍ତୁ ସେ ସମସ୍ତଙ୍କୁ ତାଙ୍କ love ପାଇବାରେ help କରେ |

ପ୍ରିୟା ସବୁବେଳେ love କୁ ଏଥିପାଇଁ ଡରୁଥିଲା କାରଣ ସେ ଜାଣିଥିଲା ଭଲପାଇବା ଅନ୍ଧ ସେ ଜାତି ଧର୍ମ ଧନୀ ଗରିବ କିଛି ଦେଖେନି ଯଦି ତାକୁ କାହା ସହ love ହେଇଗଲା ଆଉ ତା ଭଲ ପାଇବାକୁ ତା ଘରେ ଗ୍ରହଣ ନ କଲେ ତ ? ନା ସେ ଘର ଲୋକ ଙ୍କୁ ଛାଡି ରହିପାରିବ ନା ତା ଭଲପାଇବାକୁ ଛାଡି ରହିପାରିବ | କିନ୍ତୁ ଆମେ ଚାହିଁଲେ କଣ ହବ ଆମ life କେତେବେଳେ କଣ ହବ ସେଇଟା ଭଗବାନ ସ୍ଥିର କରନ୍ତି | ଭଗବାନ ପ୍ରିୟାର life ରେ Nikhil ବୋଲି ଗୋଟେ ପୁଅ କୁ ପଠେଇଲେ | ଗୋଟେ ଦିନ ପ୍ରିୟା ର ସାଙ୍ଗ ତାକୁ ଆସି କହିଲା nikhil ତତେ ବହୁତ ଭଲ ପାଉଛି | Nikhil ଯିଏ କି mubai ରେ ରୁହେ ଆଉ ସେ ତା ସାଙ୍ଗକୁ ଦେଖା କରିବାକୁ ମଝିରେ ମଝିରେ ଓଡିଶା ଆସେ |

Nikhil ର ସାଙ୍ଗର ଘର ପ୍ରିୟା ର ଗାଁ ପାଖ ଗାଁ ରେ | Nikhil 1st time ପ୍ରିୟା କୁ ଦେଖିଲା ଆଉ ପ୍ରଥମ ଦେଖାରୁ ହିଁ ତାକୁ ଭଲ ପାଇବସିଥିଲା | କିନ୍ତୁ ପ୍ରିୟା କେବେ nikhil କୁ ଦେଖି ନଥିଲା କି ଜାଣିନଥିଲା | ପ୍ରିୟା କୁ ତ ଏ ସବୁ ପସନ୍ଦ ନଥିଲା | ପ୍ରିୟା ର ସାଙ୍ଗ ପ୍ରିୟା କୁ Nikhil ବିଷୟରେ ସବୁବେଳେ କହୁଥିଲା | ସବୁବେଳେ Nikhil କଥା ଶୁଣି ଶୁଣି ପ୍ରିୟା Nikhil କୁ ଭଲ ପାଇ ବସିଲା | ସେ Nikhil କୁ ବହୁତ ଭଲ ପାଉଥିଲା | ହେଲେ ଇତିହାସ ସଖୀ ଅଛି ସଚ୍ଚା ଭଲ ପାଇବା କେବେ ବି ମିଳିନଥାଏ ଯେମିତିକି ଲେଲା -ମଜନୁ ,କେଦାର -ଗୌରୀ ,ଠିକ ସେମିତି ତା ସହ ହେଲା ,ପ୍ରିୟା Nikhil କୁ ଦେଖିବାକୁ ବହୁତ ବ୍ୟସ୍ତ ହେଉଥାଇ |

କିଛି ଦିନ ପରେ Nikhil କୁ ଜଣାପଡିଲା କି ତାକୁ blood cancer ଏ କଥା ଜାଣିବା ପରେ ସେ ବହୁତ କାନ୍ଦିଲା ଆଉ ତାର ପ୍ରିୟା କଥା ବହୁତ ମନେପଡ଼ିଲା କାରଣ ତା life ରେ କେହିବି ନଥିଲେ ତାକୁ ଏତେ ଭଲପାଇବା ଦବାକୁ ସେ ପ୍ରିୟା କୁ ଜୀବନ ଠୁ ବି ବେଶି ଭଲ ପାଉଥିଲା,ସେ ପ୍ରିୟାକୁ ତା ରୋଗ ବିଷୟରେ କିଛି ବି କହିନଥିଲା ସେ ଡରୁଥିଲା ଯଦି ପ୍ରିୟା ଏ ବିଷୟରେ ଜାଣିବ ଆଉ ମତେ ଛାଡି ଚାଲିଯିବ ତ | ସେ ପ୍ରିୟା ଠୁ ଏ କଥା ଲୁଚେଇକି ରଖିଲା | ଯେବେ ଠୁ ସେ ପ୍ରିୟା କୁ ଭଲ ପାଇଛି ସେବେଠୁ ସେ କେବେ ପ୍ରିୟା କୁ ଦେଖିନି|ଦିନେ ନୀଖିଲ ପ୍ରିୟା କୁ ଦେଖା କରିବାକୁ କହିଲା | ହେଲେ ପ୍ରିୟା ମନା କଲା କାହିଁକି ନା ସେ ସମୟ ରେ ତା ପରୀକ୍ଷା ଥାଇ |

ଆ ଭିତରେ 4 MONTH ବିତିଯାଇଥିଲା ନିଖିଲ ର ଦେହ ଦିନକୁ ଦିନ ଖରାପ ହେବାରେ ଲାଗିଥାଏ ,4 ମାସ ଭିତରେ ନିଖିଲ ବହୁତ ଚେଷ୍ଟା କରିଛି ପ୍ରିୟା କୁ ଦେଖା କରିବାକୁ ଏମିତି କି କେବେ କୋଉଠି ଦେଖା ହେବ ତାହାବି ସ୍ଥିର କରିଥିଲା | ହେଲେ ଭଗବାନ ବୋଧେ ଚାଁହୁ ନଥିଲେ ଦୁହିଁଙ୍କର ଦେଖା ହେଉ | ଆଉ ନିଖିଳ ପ୍ରିୟା କୁ ଦେଖା ନ କରି ସବୁଦିନ ପାଇଁ ଏ ଦୁନିଆ ରୁ ଚାଲିଗଲା | ଏ ବିଷୟରେ ପ୍ରିୟା କୁ କିଛି ବି ଜଣା ନଥାଏ | ନିଖିଲ ମାରିବା ପୂର୍ବ ରୁ ଗୋଟେ ଚିଠି ଲେଖିଥିଲା କାହିଁକି ନା ସେ ଜାଣିଥିଲା ସେ ଆଉ ବେଶି ଦିନ ବଞ୍ଚିବନି ଆଉ ସେ ଏ କଥା ବି ଜାଣିଥିଲା ପ୍ରିୟା ତାକୁ ନିଶ୍ଚୟ ଦେଖା କରିବାକୁ ଆସିବ |ସେଥିପାଇଁ ସେ ଲେଖିଥିବା ଚିଠି ଟି ସେହି ଜାଗାରେ ରଖିଦେଇଥିଲା ଯେଉଁ ଠି ସେ ପ୍ରିୟା କୁ ଦେଖା କରିବାକୁ କହିଥିଲା |

ପ୍ରିୟା ନିଖିଲ କୁ ଦେଖା କରିବ ବୋଲି ବହୁତ ଖୁସି ଥାଏ | ସେ କହିଥିବା ଜାଗା ରେ ପ୍ରିୟା ଆସି ପହଞ୍ଚି ଗଲା ଆଉ ସେଠି କେହିବି ନଥିଲେ ସେ ନିଖିଲ କୁ ବହୁତ ସମୟ ଅପେକ୍ଷା କଲା ହେଲେ ନିଖିଲ ଅସିଲାନି କିନ୍ତୁ ସେହି ଜାଗାରୁ ପ୍ରିୟା କୁ ଗୋଟେ ଚିଠି ମିଳିଲା | ସେଥିରେ ଲେଖା ଥିଲା | ପ୍ରିୟା ମୁଁ ତୁମକୁ ବହୁତ ଭଲପାଏ ମୋ ଜୀବନଠୁ ବି ଅଧିକ ମୁଁ ତୁମକୁ ଛାଡିକି ଯିବାକୁ କେବେ ଚହିଁନି ମୋତେ କ୍ଷମା କରିଦେବ ମୁଁ ତୁମ ସହ ସାରା ଜୀବନ ରହିପାରିବିନି |ତୁମେ ବହୁତ ଡେରିକରିଦେଲ | ତୁମେ ମୋ ଶେଷ ଇଛା ପୂରଣ କରିପାରିଲନି ତୁମକୁ ଥରୁଟିଏ ଦେଖା କରିବାକୁ ଚାଁହୁଥିଲି | ହେଲେ ମୁଁ ଚାହିଁଲେ କଣ ହେବ ଭଗବାନ ଚାଁହୁନଥିଲେ ତୁମେ ମୋ ସହ ଦେଖା କର ବୋଲି |

ପ୍ରିୟା ମୁଁ ତୁମକୁ ବହୁତ ବଡ କଥା ଲୁଚେଇଛି ମୋତେ blood cancer ମୁଁ ଆଉ ବେଶିଦିନ ବଞ୍ଚଇବିନି | ପ୍ରିୟା ମୁଁ ତୁମକୁ ଏ କଥା ଏଥିପାଇଁ ଲୁଚେଇଥିଲି ତୁମେ ଜାଣିଲେ କାଳେ ମୋତେ ଛାଡି ଚାଲିଯିବ | ତୁମେ ଯେତେବେଳେ ଏ ଚିଠି ପାଇବ ହୁଏତ ମୁଁ ଏ ଦୁନିଆରେ ନଥିବି , ହେଲେ ମୋର ଗୋଟେ ଶେଷ ଇଛା ପୂରଣ କରିବ ମୋତେ କଥା ଦିଅ ତୁମେ ଏ ସବୁ ଜାଣିବା ପରେ କେବେ କାନ୍ଦିବନି କାହିଁକି ନା ମୁଁ ତୁମ ଆଖିରେ ଲୁହ ଦେଖିପାରିବିନି |

ଚିଠି ପଢି ସାରିବା ପରେ ପ୍ରିୟା ବହୁତ କାନ୍ଦିଲା ଆଉ ନିଜକୁ ବୁଝେଇଲା କି ନିଖିଲ ତାକୁ ମନା କରିଛି କାନ୍ଦିବାକୁ | ସେ କାନ୍ଦିଲାନି ସତ ହେଲେ ଗୋଟେ ଜିଅନ୍ତା ଶବ ପାଲଟି ଗଲା ତାର ଭଗବାନ ଙ୍କ ଉପରୁ ଭରଷା ଉଠିଗଲା | ଦୁନିଆ ଆଖିରେ ସିନା ନିଖିଲ ମରିଯାଇଛି ହେଲେ ପ୍ରିୟା ମନରେ ସେ ଆଜିବି ବଞ୍ଚିଛି ପ୍ରିୟା ତାକୁ ଆଗରୁ ଯେତିକି ଭଲ ପାଉଥିଲା ସେ ତା ଠୁ ବି ଅଧିକ ଭଲପାଉଛି | ନିଖିଲ କୁ ମନେପକେଇ ବହୁତ କାନ୍ଦେ ତା ମନରେ ନିଖିଲ ଆଜି ବି ବଞ୍ଚିରହିଛି ତାକୁ ପାଇପାରିଲାନି ସତ ଆଜିବି ସେ ତାକୁ ଭଲ ପାଉଛି ଆଉ ଯେତେଦିନ ଯାଏ ସେ ବଞ୍ଚିଛି ସେମିତି ଭଲ ପାଉଥିବ ,ସତ ଭଲ ପାଇବା କେବେବି ମାରେନି |

ଆଶାକରୁଛି କାହାଣୀ ଟି ଆପଣମାନଙ୍କୁ କେମିତି ଲାଗିଲା କମେନ୍ଟ କରି ଜଣେଇବେ | ଯଦି ଆପଣ ମାନଙ୍କ ପାଖରେ କିଛି ଏମିତି Odialovestory ଅଛି ତାହାଲେ ଆମକୁ Post କରନ୍ତୁ |

Follow Us

5,026FansLike
370FollowersFollow
207FollowersFollow
8,027SubscribersSubscribe

Must Read

New Odia Love Shayari -Megha Raijare Gharati Kinichhi #2

ମେଘ ରାଇଜରେ ଘରଟି କିଣିଛି ,ପ୍ରିୟା ତୋତେ ସାଥେ ନେଇ ଜହ୍ନ ରାଇଜରେ ଘରଟି ତୋଳିଛି ,ତୋ ସାଥେ ରହିବା ପାଇଁ |

Odia Love Shayari -Tumari Rupaku Hrudaya Aina re #1

ତୁମରି ରୂପକୁ ହୃଦୟ ଆଇନା ନିତି ନିତି ଦେଖୁଥାଇ ସତ ଆଇନାରେ ସତ ରୂପ ତୁମ ନିତି ମୋ ପାଶେ ଆସଇ

Odia Life Quotes – Ghruna gote amiti jinisha #1

Ghruna gote amiti jinisha loka taku sahaja re bujhi janti ,kintu bhalapaiba gote amiti jinisha taku bijhibaku...

Odia Love Story-ରାଧା ଓ ମୋହନ ର ପ୍ରେମ କାହାଣୀ_True Odia Love Story

କୁହାଯାଏ ସମୟ ବହୁତ ବଳବାନ ତା ଠୁ ବଳବାନ ଭାଗ୍ୟ ଆଉ ଭାଗ୍ୟ ଠୁ ବଳବାନ ଭଗବାନ | ତାଙ୍କ ମାୟା କେହି ଜାଣିପାରନ୍ତିନି | ସେ କେତେବେଳେ କାହାକୁ...

Related Post

New Odia Love Shayari -Megha Raijare Gharati Kinichhi #2

ମେଘ ରାଇଜରେ ଘରଟି କିଣିଛି ,ପ୍ରିୟା ତୋତେ ସାଥେ ନେଇ ଜହ୍ନ ରାଇଜରେ ଘରଟି ତୋଳିଛି ,ତୋ ସାଥେ ରହିବା ପାଇଁ |

Odia Love Shayari -Tumari Rupaku Hrudaya Aina re #1

ତୁମରି ରୂପକୁ ହୃଦୟ ଆଇନା ନିତି ନିତି ଦେଖୁଥାଇ ସତ ଆଇନାରେ ସତ ରୂପ ତୁମ ନିତି ମୋ ପାଶେ ଆସଇ

Odia Life Quotes – Ghruna gote amiti jinisha #1

Ghruna gote amiti jinisha loka taku sahaja re bujhi janti ,kintu bhalapaiba gote amiti jinisha taku bijhibaku...

Odia Love Story-ରାଧା ଓ ମୋହନ ର ପ୍ରେମ କାହାଣୀ_True Odia Love Story

କୁହାଯାଏ ସମୟ ବହୁତ ବଳବାନ ତା ଠୁ ବଳବାନ ଭାଗ୍ୟ ଆଉ ଭାଗ୍ୟ ଠୁ ବଳବାନ ଭଗବାନ | ତାଙ୍କ ମାୟା କେହି ଜାଣିପାରନ୍ତିନି | ସେ କେତେବେଳେ କାହାକୁ...

Odia Love Story-ପ୍ରୀତି ଓ ପିୟୁଷ ର ପ୍ରେମ କାହାଣୀ_Real Odia Love Story

ସହର ଠୁ ବହୁତ ଦୂର ରେ ଗୋଟେ ଛୋଟ ଗାଁ ରେ ମା ଟିଏ ଆଉ ଝିଅ ଟିଏ ରହୁଥିଲେ | ଝିଅ ଟି ପିଲା ଦିନୁ ତା...

LEAVE A REPLY

Please enter your comment!
Please enter your name here

error: Content is protected !!