LOVE STORY

New Odia Love Story-ଆକାଶ ର ପ୍ରେମ କାହାଣୀ_True Odia Love Story

ଗୋଟେ ଝିଅ ଥିଲା ରାନୀ|ଝିଅ ଟି ବହୁତ ବଡ ଘରର ଥିଲା .ସେ ସବୁବେଳେ ତା sooty ରେ collage ଯାଏ ସେ ଦିନେ collage ରୁ ଘରକୁ ଫେରୁଥିଲା |ଆଉ ବାଟରେ ତାର accident ହେଇଗଲା|ଝିଅଟି ସେମିତି ରାସ୍ତାରେ ପଡିଥାଏ|ଗୋଟେ ପୁଅ ସେଇ ବାଟରେ ଯାଉଥିଲା ଝିଅଟିର ଏମିତି ଅବସ୍ଥା ଦେଖି ସାହିପାରିଲା ନି ତାକୁ ଉଠେଇ ଡାକ୍ତର ଖାନା ଗଲା |

ପୁଅଟି ବହୁତ ଗରିବ ଥିଲା|ଛୋଟ ମୋଟ ମୁଲ ଲାଗି ଚଳେ | ତାର କେହିବି ନାହାନ୍ତି ଏ ଦୁନିଆରେ|ପୁଅଟି ଡାକ୍ତରଖାନା ତ ନେଇଗଲା ହେଲେ ତା ପାଖରେ ପଇସା ନଥିଲା ସେ ମାଗିଯାଚି ଆଣି ଡାକ୍ତର ଙ୍କ ଫୀ ଭରିଲା ଆଉ treatment ପାଇଁ କହିଲା|ଆଉ ସେଠୁ ଚାଲି ଗଲା ଝିଅ ଟି ର treatment ପରେ ଝିଅ ଟିର ହୋସ ଆସିଲା ଆଉ ସେ ପଚାରିଲା ମୁଁ ଏଠି କୁ କେମିତି ଆସିଲି କିଏ ଆଣିଲା |ଡ଼କ୍ଟର କହିଲେ ଜଣେ ଭଦ୍ର ବ୍ୟକ୍ତି ତୁମ କୁ ଏଠାକୁ ଆଣି ଭର୍ତ୍ତି କରିଛନ୍ତି | ଝିଅ ଟି ଭଲ ହେବା ପରେ ସେ ପୁଅ ପାଖକୁ ଟଙ୍କା ଫେରେଇବାକୁ ଆଉ ଧନ୍ୟ ବାଦ ଦେବାକୁ ଗଲା|ପୁଅଟି ପାଖରେ ପହଁଚିଲା ଆଉ ଧନ୍ୟ ବାଦ ଜଣେଇଲା ପଇସା ଦେଲା |

ଏମିତି କଥା ହଉ ହଉ ଦିଜଣ ଦି ଜଣକୁ ଭଲ ପାଇ ବସିଲେ ,ବହୁତ ଦିନ ସାଙ୍ଗରେ ରହିଲେ ହେଲେ ଝିଅ ଟି ଜାଣିନଥିଲା ପୁଅ ଟି ବହୁତ ଗରିବ ଥିଲା ବୋଲି |ପଇସା ତ ଦୂରର କଥା ତା ପାଖ ରେ ନିଜ ର ଘର ବି ନଥିଲା ଝିଅ ଟି ପିଲା ଦିନୁ ଅଭାବ କଣ ଜାଣିନି |ଆଉ ସେ ବିଳାସ ପୂର୍ଣ୍ଣ ଜୀବନ ବିତେଇବାକୁ ଚାଁହୁଥିଲା |ସବୁ କଥା ଜାଣିବା ପରେ ଝିଅଟି ପୁଅକୁ ଛାଡି କି ପଳେଇଲା|ଆଉ କହିଲା ମୁଁ ତତେ ଭଲପାଉନି ଆଉ ମତେ କେବେ ବି ତୋ ମୁହଁ ଦେଖେଇବୁନି |ହେଲେ ପୁଅ ଟି ସେମିତି ନଥିଲା |ପୁଅଟି ଝିଅଟିକୁ ବହୁତ ଭଲ ପାଉଥିଲା ତା ନିଜ ଜୀବନ ଠୁ ବି ଅଧିକ |ପୁଅ ଟି ଝିଅକୁ ଅନୁତାପ କରେଇବାକୁ ଭାବିଲା |

କିଛି ଦିନ ପରେ ଝିଅ ଟିର ବାହାଘର ଠିକ ହେଇଗଲା ଗୋଟେ ବଡ଼ ଘର ପୁଅ ସହ | ଯାହାପାଖରେ ଘର ,ଗାଡି ବାଙ୍କ ବାଲାନ୍ସ ସବୁ କିଛି ଥିଲା | ନିର୍ବନ୍ଧ ହବାରେ ଥାଏ|ସେ ଗରିବ ପୁଅ ଟି ର ନା ଥିଲା ଆକାଶ |ଆକାଶ ଦିନେ ସେ ଝିଅ କୁ କହିଲା ମୁଁ ତ ତତେ ଭୁଲିଯିବି ହେଲେ ମତେ ତତେ ଭୁଲିବାକୁ ହେଲେ ପୁରା ତୋ ପରି ଗୋଟେ ଝିଅ ଦରକାର ତୁ ମତେ ଖୋଜି କି ଦେ ତାପରେ ମୁ ତତେ ଭୁଲି ଯିବି ନାଇଁ ତ ତୋ ଭାବି ସ୍ୱାମୀ କୁ ମୁ ଆମ ବିଷୟରେ ସବୁ କହିଦେବି |ଯେତେବେଳେ ତୋ ଇଛା ହବ ତୁ ଭଲ ପାଇବୁ ଆଉ ଯେତେବେଳେ ତୋ ଇଛା ହବ ତୁ ଛାଡିକି ପଳେଇବୁ ଏଟା କଣ ଖେଳ ଘର|ଝିଅ ଟି ବହୁତ ଡରିଗଲା |

ଆଉ ସେ ତା ପାଇଁ ଝିଅ ଖୋଜିବାକୁ ଲାଗିଲା|ଦିନେ ଆକାଶ କୁ ଗୋଟେ ଝିଅ ଭଲ ପାଇବାକୁ ଲାଗିଲା |ଝିଅଟି ଆକାଶ କୁ ତା ଭଲପାଉଛି ବୋଲି କହିଲା ହେଲେ ଆକାଶ ତ ରାନୀ କୁ ଭଲ ପାଉଥିଲା ଆଉ ପାଉଛି | ସେ ରାନୀ ଆଉ ତା ବିଷୟରେ ସବୁକଥା ଝିଅଟିକୁ କହିଲା ଆଉ କହିଲା କି ମୁଁ ତୁମକୁ ଭଲ ପାଇପାରିବନି|

ରାନୀ ବାହା ଘର ପୂର୍ବ ରୁ କିଛି ଦିନ ପାଇଁ ତା ଶଶୁର ଘରକୁ ବୁଲିବାକୁ ଯାଇଥାଏ |ରାନୀ ବହୁତ ବିନ୍ଦାସ ଝିଅ ଥିଲା ସବୁବେଳେ ସେ ଜୀବନକୁ enjoy କରେ |

ହେଲେ ତା ଶଶୁର ଘରେ ପୁରା ଓଲଟା ଥିଲା ସମସ୍ତେ ବହୁତ discipline ଥିଲେ ,ଠିକ time ରେ ଖାଉଥିଲେ ଠିକ time ରେ ସୋଉଥିଲେ ,ସବୁବେଳେ life କୁ ନେଇ serious ଥିଲେ ସବୁବେଳେ busines ଟଙ୍କା ପଛରେ ଗୋଡ଼ଉଥିଲେ| ନିଜ ନିଜ ଭିତରେ କଥା ହେବାକୁ ବି ତାଙ୍କ ପାଖରେ ସମୟ ନଥିଲେ ଆଉ ବହୁତ status maintain କରୁଥିଲେ .ରାନୀସହ କଥା ହେବାକୁ ବି ତା ପାଖରେ ସମୟ ନଥାଏ |ଭଲପାଇବା ତ ଦୂରର କଥା |ରାନୀକୁ ଏ ସବୁ ଜିନିଷ ବହୁତ ଖରାପ ଲାଗିଲା ତା ର ଆକାଶ କଥା ମନେ ପଡିଲା କି କେତେ ଭଲପାଉଥିଲା ମୁ ଯାହା କହିଲେ ଶୁଣୁଥିଲା ,ମୁ ଯାହା କହିଲେ ଆଣିଦେଉଥିଲା | ରାନୀ ବହୁତ କାନ୍ଦିଲା |

ରାନୀର ବାହାଘର ଦିନ ସେ ମଣ୍ଡପ କୁ କାର ରେ ଯାଉଥାଏ |ତାର ଆକାଶ ର କଥା ମନେ ପଡୁଥାଏ ତାର ସବୁ ଭଲ ଗୁଣ ତାର care ତାର ଭଲପାଇବା ସବୁ ତା ଆଖି ଆଗରେ ନାଚି ଯାଉଥାଏ |ସେ ହଠାତ ତା car ରୁ ଓଲ୍ହେଇ ସିଧା ଆକାଶ ପାଖକୁ ଗଲା|ଆଉ କହିଲା ମତେ ଦରକାର ନାହିଁ ଟଙ୍କା ପଇସା ଘର ଗାଡି ,ମତେ ଖାଲି ତୁମେ ଦରକାର |

ଆକାଶ ତାକୁ କହିଲା ମୋ ପାଖରେ ପଇସା ନାହିଁ ତୁ ଯଦି ମତେ ପୁଣି ଛାଡି ଚାଲିଯିବୁ ତ |ରାନୀ କାନ୍ଦି କାନ୍ଦି କହିଲା ମତେ ଆଉ ଲଜ୍ୟା ଦିଅ ନି ମୁ ମୋ ଭୁଲ ବୁଝିପାରିଛି ତାମଭାଳି ଜଣେ ଭଲ ମଣିଷ କୁ ଛାଡି ମୁ ମରୀଚିକା ପଛରେ ଧାଉଁଥିଲି |ମତେ କ୍ଷମା କରିଦିଅ |

ଆକାଶ ତାକୁ କ୍ଷମା କରିଦେଲା ଆଉ କହିଲା ମୁ ଜାଣିଥିଲି ତୁମେ ଦିନେ ନା ଦିନେ ତୁମ ଭୁଲ ବୁଝି ପାରିବ ଆଉ ମୋ ପାଖକୁ ଫେରିଆସିବ |ମୁଁ ଏବେ ବି ତୁମକୁ ଭଲ ପାଉଛି ଆଉ ସାରା ଜୀବନ ପାଉଥିବି |

ଏଇ କାହାଣୀ ଟିରୁ ଆମେ ଜାଣିଲେ ଯେ ଯେତେ ବି ପଇସା ବ୍ୟାଙ୍କ ବାଲାନ୍ସ ,ଘର ଗାଡି ଥାଉ |ଯୋଉଠି ଭଲପାଇବା ନଥିବ ଆପଣାର ଭାବ ନଥିବା ସେ ସବୁ ସମ୍ପତ୍ତି ର କିଛି ମୂଲ୍ୟ ନାହିଁ |ସବୁସମ୍ପତ୍ତି ଭଲପାଇବା ଆଗରେ କିଛି ବି ନୁହେଁ |

Show More

Related Articles

Leave a Reply

Your email address will not be published. Required fields are marked *

Back to top button

Adblock Detected

Please Consider supporting us by desabling your ad blocker.