New Odia Love Story-Student ଆଉ Teacher ର ଏକ ଅଲଗା ପ୍ରେମ କାହାଣୀ_True Odia Love Story

ଗୋଟେ ସହରରେ ଜଣେ ଡକ୍ଟର ରହୁଥିଲେ ତାଙ୍କ ପରିବାର ସହିତ ପରିବାର କହିବାକୁ ଗଲେ ତାଙ୍କ ସ୍ତ୍ରୀ ଆଉ ତାଙ୍କ ପୁଅ |ଗୋଟେ ଅଜଣା ରୋଗରେ ତାଙ୍କ ସ୍ତ୍ରୀ ଚାଲିଗଲେ |ବାକି ସେ ତାଙ୍କ ପୁଅ ସହ ଏକା ରହୁଥାନ୍ତି |ପୁଅ ଟିର ନାଁ ବିକାଶ |ବିକାଶ collage ରେ ପଢିବ |ତା ବାପା ଚାଁହୁଚନ୍ତି ସେ ପାଠ ପଢି ଡ଼କ୍ଟର ହଉ କିନ୍ତୁ ବିକାଶ ର ଡାକ୍ତରୀ ପାଠ ପ୍ରତି ଇଚ୍ଛା ନାହିଁ |ସେ ତା ହିସାବ ରେ ପଢିବ ବୋଲି କହିଲା |ହେଲେ ଡାକ୍ତର ବାବୁ ତା କଥାରେ ରାଜିନାହାନ୍ତି ସେ ଛଂହୁଛନ୍ତି ସେ ଯେମିତି ଆଜି ଗୋଟେ ଭଲ Position ରେ ଅଛନ୍ତି ତାଙ୍କ ପୁଅ ବି ସେମିତି ହଉ ଆଜି ତାକୁ ତା ବାପା ନା ରେ ଜାଣୁଛନ୍ତି କାଲି ତା ନାଁ ରେ ତା ବାପାକୁ ଜଣାନ୍ତୁ |

ବିକାଶ ର collage ରେ admition ହେଇଗଲା |ସେ କଲଲାଗେ ଯାଉଥାଏ |ବିକାଶ ତା ମା କୁ ବହୁତ ଭଲ ପାଉଥିଲା ସେ ତା ମା କୁ ହରେଇ ପୁରା ଭାଙ୍ଗି ପଡିଥାଏ |ନା ତା ର ପାଠରେ ମନ ଲାଗୁଥାଏ ନା ଅନ୍ୟ କୋଉଥିରେ |

ଦିନେ class ରେ teacher ପଢଉ ଥାନ୍ତି ଆଉ ବିକାଶ ଅନ୍ୟ ମନସ୍କ ଥାଏ |ତାକୁ ତା teacher ପାଠ ପଚାରିଲେ ଆଉ ବିକାଶ କୁ ଆସିଲାଣି ତା ଉତ୍ତର ଆଉ class teacher ତାକୁ pricipal ଙ୍କ ପାଖକୁ ପଠେଇ ଦେଲେ ଆଉ ସେ ସେମିତିpricipalଙ୍କ room ବାହାରେ ଠିଆ ହୋଇ ରହିଥାଏ |ଜଣେ ସ୍ତ୍ରୀ ଲୋକ ଆସିଲେ ଆଉ ସେ ଦେଖିବାକୁ ବହୁତ ସୁନ୍ଦର ଥିଲେ |ବିକାଶ ତାଙ୍କୁ ଦେଖିକହିଲା କି ଏ collage ବିଲକୁଲ ଭଲ ନୁହଁ ଏଠି ପାଠପଢା ବହୁତ bouring ଏଠି admission ନିଅ ନି |ଝିଅଟି ତା କଥା ଶୁଣିଲେ ଆଉ ହସିକି ଚାଲିଗଲେ pricipalଙ୍କ room କୁ |

ତା ପରଦିନ ବିକାଶ collage ଯାଇଥାଏ ହଠାତ ସେ ସ୍ତ୍ରୀ ଲୋକ ଜଣକ class room କୁ ଆସିଲେ ଆଉ ଜଣେ teacher ଆସି କହିଲେ ଇଏ ହେଉଛନ୍ତି ତୁମ ନୂଆ class teacher |ତାଙ୍କୁ ଦେଖି ବିକାଶ ଆଶ୍ଚର୍ଯ୍ୟବି ହେଇଗଲା ଆଉ ସେ ଏମିତି ସବୁ କହିଥିବାରୁ ନିଜକୁ ବହୁତ ଖରାପ ଭାବୁଥିଲା |

630 01873591en Masterfile 1

ଆଉ ସେ ତାଙ୍କ ଆଖି କୁ ଚାଂହିପାରୁନଥିଲା ଆଉ ସେ ବାହାନା କରି ବାହାରକୁ ଚାଲିଗଲା |teacher ଯିବା ବେଳେ ବିକାଶ କୁ ଅନ୍ୟ ଏକ ଖାଲି class room ରେ ବସିଥିବାର ଦେଖିଲେ |ଆଉ ତା ପାଖକୁ ଯାଇ ପଚାରିଲେ କି class ନ କରି ଏଠି ଏକା କାହିଁକି ବସିଛ|

ବିକାଶ କହିଲା କି class ଗୁଡା ବହୁତ bouring ଆଉ ମତେ class କରିବାକୁ ଚାଁହୁନି ତେଣୁ ମୁଁ ବାହାନା କରି ଚାଲି ଆସିଲି |ତାପରେ ସେ teacher ଜଣକ ଭାବିଲେ କି କେମିତି class କଲେ ପିଲା intrest ନେବେ ପଢିବାକୁ |ତାପରେ ସେ ସେ ଗୋଟେ ନୂଆ ଶୈଳୀ ରେ ପଢେଇବାକୁ ଲାଗିଲେ ଆଉ ବିକାଶ କୁ ତାଙ୍କ ପାଠ ପଢା ବହୁତ ଭଲ ଲାଗିଲା |

630 01873593en Masterfile 1 1

ସେ ସବୁବେଳେ class ଯିବାକୁ ଲାଗିଲା ପାଠ ପଢିବାକୁ ଲାଗିଲା ଥରେ ତା teacher ପଚାରିଲେ କି ବିକାଶ ତମେ ସବୁବେଳେ ଏମିତି ଚୁପ ଚାପ କାହିଁକି ନା କାହା ସହ ସାଙ୍ଗ ହେବା ର ମୁଁ ଦେଖିଛି ନା କଥା ହେବାର |

ବିକାଶ ସବୁ କଥା କହିଲା |ବାପା ଚାଁହୁଥିଲେ ମୁଁ ଡ଼କ୍ଟର ହୁଏ ଆଉ ମୁ ମୋ ମା ଙ୍କୁ ହରେଇଛି ବାପା ସବୁବେଳେ ନିଜ କାମରେ ବ୍ୟସ୍ତ |ମତେ କେବେ ସମୟ ଦିଅନ୍ତିନି |ଆଉ ମୁଁ ନିଜକୁ ସବୁବେଳେ ଏକୁଟିଆ ଭାବେ |ତା teacher କହିଲେ ତୁମେ ସବୁ କଥା ମତେ share କରିପାରିବ |ଚିନ୍ତା କରନି ମୁଁ ଅଛି କିଛି ଦିନ ଗଲାପରେ ବିକାଶ ତା teacher ସହ ବହୁତ ଭଲସେ ମିଶିବାକୁ ଲାଗିଲା

teacher ଜଣକର ନାଁ ଥିଲା ଅନିତା ସେ ଜଣେ ବିବାହିତା ନାରୀ ,ହେଲେ ତାଙ୍କ ସ୍ୱାମୀ ତାଙ୍କୁ ବିଲକୁଲ ଭଲ ପନ୍ତିନି |ସ୍ୱାମୀ ସ୍ତ୍ରୀ ଙ୍କ ଭିତରରେ ସବୁବେଳେ ଝଗଡା ଲାଗିରହୁଥିଲା |

ବିକାଶ ର birthday ଥାଏ ଆଉ ତା ବାପା ଘରେ ନଥାନ୍ତି ତା birthday ମନେଇବାକୁ |ବିକାଶ ର ତା ମା କଥା ବହୁତ ମନେ ପଡୁଥାଏ |ତା ମା ସବୁ ବର୍ଷ ତା birthday ଧୁମ ଧାମ ରେ ମାନାନ୍ତି ଆଉ ଆଜି ତା ମା ନାହାନ୍ତି |ସେ କଥା ଭାବି ସେ ବହୁତ କାନ୍ଦୁଥିଲା |ହଠାତ ତା teacher ଆଉ ତା ସାଙ୍ଗମାନେ ଆସି ତା ଘରେ ପହଁଚିଲେ ତା ଜନ୍ମଦିନ ମନେଇବାକୁ |ସେ ଦେଖି ବହୁତ ଖୁସି ହେଲା |

images 1

ଆଉ କହିଲା ମୋ ମା ପରେ ଆପଣ ଜଣେ ଯିଏ କି ମତେ ଏତେ ଭଲପାଇବା ଦେଇଛନ୍ତି |ଆଉ ସେବେଠୁ ସେ ତା teacher କୁ ବହୁତ ପସନ୍ଦ କରିବାକୁ ଲାଗିଲା | ସେ ଏ କଥା କେମିତି ତା teacher କୁ କହିବ ଜାଣିପାରିଲାଣି | ସେ ଦିନେ ଯାଇ ତା teacher କୁ ତା କଥା ଶୁଣିବା ପାଇଁ କହିଲା |ଅନିତା ବି ବହୁତ ଭଲ teacher ଥିଲେ ସେ ସବୁବେଳେ ପିଲାମାନଙ୍କ ଅସୁବିଧା ଶୁଣୁଥିଲେ ବୁଝୁଥିଲେ |ସେ ଭାବିଲେ କି ବିକାଶ ର କିଛି ଅସୁବିଧା ହେଇଚି ଆଉ ସେ ସେଇଟା କହିବା ପାଇଁ ଛଂହୁଛି |ସେ ବିକାଶ କଥା ଶୁଣିଲେ |ବିକାଶ କହିଲା କି ମ୍ୟାଡମ ମୁଁ ଆପଣଙ୍କୁ ଭଲ ପାଇବସିଛି | ଅନିତା ଏ କଥା ଶୁଣି ଆଶ୍ଚଯ୍ୟ ହେଇଗଲା ଆଉ ବିକାଶ କୁ ବୁଝେଇଲା କି ଦେଖ ମୁଁ ବିବାହିତ ଆଉ ମୋ ବୟସ ତୁମଠୁ ବହୁତ ଅଧିକ ଆଉ ମୁ ତୁମ ଗୁରୁ |ଏ ସବୁ କଥା ମନରୁ ବାହାର କରି ପାଠ ପଢ଼ାରେ ମନ ଦିଅ |

ଦିନେ collage ରେ Blood Donet Camp ପଡିଥିଲା ସମସ୍ତେ ରକ୍ତ ଦାନ କରୁଥିଲେ ଆଉ ଅନିତା ମ୍ୟାଡମ ବି ରକ୍ତ ଦାନକଲେ |ଆଉ ବିକାଶ କୁ ବୁଝେଇଲେ ଏହା ହଉଚି ଗୋଟେ ପୂନ୍ୟ କାମ |ଏ ରକ୍ତ ରେ ଯଦି କାହା ଜୀବନ ବଞ୍ଚୁଛି ତ ଆମକୁ ଏମିତି ରକ୍ତ ଦାନ କରିବା କଥା |

ତା ପର ଦିନ principal ଅନିତାକୁ ଡାକି କହିଲେ କି କାଲି ଯୋଉ blood ଦେଇଥିଲ ଆଜି ତାର test report ଆସିଛି ଆଉ ତମକୁ ଗୋଟେ ବହୁତ ବଡ ରୋଗ ହେଇଛି |ଆଉ ସେ ରୋଗ ହେଲା HIV + |ଅନିତା ବହୁତ ଡରିଗଲା ଆଉ କହିଲା ଏ କେମିତି ସମ୍ଭବ |ଅନିତା ବହୁତ କାନ୍ଦିଲା |ଆଉ ଘରକୁ ଚାଲିଗଲା |ସେ ସବୁ କଥା ତା ସ୍ୱାମୀ କୁ କହିଲା ଆଉ ତା ସ୍ୱାମୀ ତାକୁ ହିଁ ଭୁଲ ବୁଝିଲା |ଅନିତା ଭାବୁଥାଏ ତାକୁ ଏତେବଡ଼ ରୋଗ କେମିତି ହେଲା ସେ ଜାଣିବାକୁ ଚାହିଁଲା |ସେ ତା ସ୍ୱାମୀର ସବୁ Document ଖୋଜିଲା ଆଉ ସେଥିରୁ ଗୋଟେ report ପାଇଲା ସେଇଟା ତା ସ୍ୱାମୀର blood test report ଥିଲା ଆଉ ସେଥିରେ ତା ସ୍ୱାମୀକୁ HIV +ବୋଲି ଲେଖା ହେଇଥିଲା |ସେ ତା ସ୍ବାମିଙ୍କୁ ପଚାରିଲା ତୁମେ ଏ କଥା ଆଜିକୁ ଛଅମାସ ହେଲାଣି ଜାଣିଥିଲ| ଆଉ ମତେ କାହିଁକି ଲୁଚେଇଲ |କାହିଁକି ମୋ ଜୀବନ ବର୍ବାଦ କରିଦେଲ|

Collage ରେ ପିଲାମାନେ ତା class କରିବାକୁ ମନା କରିଦେଲେ |collage ମନେଗେମେଣ୍ଟ ଅନିତାକୁ collage ଛାଡିବାକୁ କହିଲେ |ଅନିତା ବହୁତ କାନ୍ଦିଲା |ବହୁତ Request କଲା |ତା ପାଖରେ ଏ ଚାକିରୀଟୀ ଛଡା କିଛି ନଥିଲା |ସେ ତା ସ୍ୱାମୀ ଆଉ ଘର ଛାଡି ଚାଲିଆସିଥିଲା |କାହିଁକିନା ତା ସ୍ୱାମୀ ତା ବିଶ୍ୱାସ ଭରସା ଭାଙ୍ଗିଦେଇଥିଲା |ସେ ଆଉ ତା ସହ ରହିବାକୁ ଚାଁହୁନଥିଲା |

ବିକାଶ କହିଲା ମ୍ୟାଡ଼ାମ ଆଜି ପର୍ଯ୍ୟନ୍ତ ବହୁତ କିଛି କରିଛନ୍ତି ମୋ ପାଇଁ |ମତେ ସୁଯୋଗ ଦିଅନ୍ତୁ ଆପଣାପଣଙ୍କ ପାଇଁ କିଛି କରିବାକୁ |ସେ ତା ବାପାଙ୍କ ସହ କଥା ହେଲା ଆଉ ତା ବାପା ଅନିତାକୁ ଘରେ ରଖିବାକୁ ରାଜିହେଇ ଗଲେ |ଆଉ ଅନିତାକୁ ଘରେ ରଖିଲେ ତା ଚିକିତ୍ସା କଲେ |ବିକାଶ ର ବାପା ଅନିତାକୁ କହିଲେ |ଆଜି ଯଦି ବିକାଶ ଏତେ ବାଟ ଆସିଛି କେବଳ ଆପଣଙ୍କ ପାଇଁ |ମୁଁ ବହୁତ ଚିନ୍ତା କରୁଥିଲି ତା ପାଠ ପଢାକୁ ନେଇ |ମୁଁ ଭାବିନଥିଲି ସେ ଏତେ ଭଲ ପଢିବ|ଏ ସବୁ ସମ୍ଭବ ଆପଣଙ୍କ ପାଇଁ |

ଅନିତା ବିକାଶ ଙ୍କ ଘରେ ରହିଲା |ଏମିତି ବହୁତ ଦିନ ବିତିଗଲା | ବିକାଶ ବହୁତ ଯତ୍ନ ନେଉଥାଏ ଅନିତାର |ବିକାଶ ର Care ଦେଖି ଅନିତା ବି ବିକାଶ କୁ କୋଉଠି ନା କୋଉଠି ପସନ୍ଦ କରିବାକୁ ଲାଗିଥିଲା |ହେଲେ ସେ ଜାଣିଥିଲା ତା ସୀମା କୋଉ ପର୍ଯ୍ୟନ୍ତ |ଦିନେ ବିକାଶ ଘରେ ନଥିବା ବେଳେ |ଅନିତା ଘର ଛାଡି କେଉଁଆଡେ ଚାଲିଗଲା ଆଉ ଗଲାବେଳେ ବିକାଶ ପାଇଁ ଚିଠି ଟିଏ ଲେଖିକି ଯାଇଥିଲା |ବିକାଶ ସେ ଚିଛିଟି ପାଇଲା ଆଉ ପଢିଲା ସେଥିରେ ଲେଖା ଥିଲା |ବିକାଶ ତମେ ଆଜିଯାଏ ମୋ ପାଇଁ ବହୁତ କିଛି କରିଛ ଏଇ କିଛି ଦିନରେ ମତେ ଅଟେ ଖୁସି ଦେଇଛ ଯୋଉଟା ମୁ ମୋ ପୁରା life ଭିତରେ ପାଇନି |ଏତେ ଭଲ ପାଇବା ଅଟେ ଯତ୍ନ ଆଜିଯାଏ ମୋର କେହିକରିନାହାନ୍ତି |ମୁ ଜାଣିଛି ତୁମେ ତୁମ ମା ଙ୍କୁ ହରେଇବହୁତ କଷ୍ଟ ପାଇଛ |ଆଉ ମୁଁ ଯିବା ପରେ ବି ତମେ ସେମିତି କଷ୍ଟ ପାଇଥାନ୍ତ |ମୁଁ ତୁମକୁ କଷ୍ଟରେ ଦେଖିପାରିବିନି ମୁଁ ତମଠୁ ବହୁତ ଦୁରକୁ ଚାଲିଯାଉଛି |

ବିକାଶ ଚିଠି ପଢି ବହୁତ କାନ୍ଦିଲା |ବିକାଶ ର ଭଲ ପାଇବା ସଚ୍ଚା ଥିଲା ବିନା କିଛି ଆଶା ରଖି ସେ ଭଲପାଇ ଚାଲିଥିଲା |ସେ ତ ଖାଲି ଅନିତାର ଖୁସି ଚାହୁଁଥିଲା ବାସ |

ଆଉ ସଚ୍ଚା ପ୍ରେମରେ କେବେ ବି ସ୍ୱାର୍ଥ ନଥାଏ ସେ ତ ନିସ୍ୱାର୍ଥ ପର ଭଲପାଇବା ହୋଇଥାଏ |

Share on:

Leave a Comment

close